ମାନସ ଚୌଧୁରୀ ଏ.ଏସ୍.ଏମ୍ ସଭାପତି 

0

ଭୁବନେଶ୍ୱର – ରାଜ୍ୟରେ ସେବା ଯୋଗାଉଥିବା ସମସ୍ତ ସିକୁ୍ୟରିଟି କମ୍ପାନୀଗୁଡ଼ିକ ଏକତ୍ର  ହୋଇ ‘ଆସୋସିଏସନ ଅଫ୍ ସିକୁ୍ୟରିଟି ଆଣ୍ଡ ମେନପାୱାର’ ଗଠନ କରିବାକୁ ନିଷ୍ପତି  ନେଇଛନ୍ତି । ଏହି ନବଗଠିତ ସଂଘର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିବେ ‘କେ-୧ ସିକୁ୍ୟରିଟି’ ମୁଖ୍ୟ ତଥା ଭୁବନେଶ୍ୱର ଜିଲ୍ଲା କଂମେସ ସଭାପତି ମାନସ ଚୌଧୁରୀ ।  ସେହିପରି ‘ମାଇଣ୍ଡ ରେଷ୍ଟ’ର ମୁଖ୍ୟ ନିହାରିକା ମିଶ୍ର ଉପସଭାପତି ରହିଥିବା ବେଳେ  ସାଧାରଣ ସଂପାଦକ ରହିବେ ‘କେୟାର ସିକୁ୍ୟରିଟି ସର୍ଭିସ’ର ମୁଖ୍ୟ ମହେଶ୍ୱର ମହାନ୍ତି ।  ଅପରପକ୍ଷରେ ଯୁଗ୍ମ ସଂପାଦକ ଭାବେ ଏକଜିକୁ୍ୟଟିଭି ସିକୁ୍ୟରିଟିର ସୁଧୀରକାନ୍ତ ପଣ୍ଡାଙ୍କୁ  ଚୟନ କରାଯାଇଥିବା ବେଳେ ‘ନିରାକାର’ ସିକୁ୍ୟରିଟିରର ବିକାଶ ରଞ୍ଜେ ଦାସ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଏହାଛଡ଼ା ସାଧାରଣ ପରିଷଦ ସଭ୍ୟ ମଧ୍ୟ ଚୟନ କରାଯାଇଛି । ‘ଜଗନ୍ନାଥ ସିକୁ୍ୟରିଟି ସର୍ଭିସ’ର କୃଷ୍ଣଚନ୍ଦ୍ର ପଟ୍ଟନାୟକ, ‘ଏଲଆଣ୍ଡକେ ସର୍ଭିସ’ର ପ୍ରତାପ କୁମାର ପଲାଇ, ‘ନିଳାଦ୍ରୀ ସିକୁ୍ୟରିଟି ସର୍ଭିସ୍’ର ଏଚ.କେ. ଦ୍ୱାରୀ, ‘ଆକ୍ଟିଭ ସିକୁ୍ୟରିଟି ଆଣ୍ଡ ଇଂଟେଲିଜେନ୍ସ ସର୍ଭିସ’ର ପ୍ରଶାନ୍ତ କୁମାର ନାୟକ, ‘ଅନିଲ ସିକୁ୍ୟରିଟି’ର ଭାସ୍କର ପଣ୍ଡା, ‘ଗ୍ରୁପ ନଂ ୫’ର ବ୍ରଜବନ୍ଧୁ ସୁବୁଦ୍ଧି, ‘ରିଲାଏବୁଲ ସିକୁ୍ୟରିଟି’ର ଜଗବନ୍ଧୁ ସାମଲ, ‘ନିରାପଦ ସିକୁ୍ୟରିଟି’ର ସୁମନ୍ତ ମହାନ୍ତି ଓ ଗଞ୍ଜାମର ସିକୁ୍ୟରିଟି’ର ବିଧାନ ଚନ୍ଦ୍ର ପଣ୍ଡାଙ୍କୁ ସାଧାରଣ ସଭ୍ୟ ଭାବେ ମନୋନୀତ କରାଯାଇଛି । 

 

Leave A Reply

Your email address will not be published.