ମା ମୁତ୍ୟାଲୁମା ଙ୍କ ୨୬ତମ ଶୀତଳ ଚୈତ୍ର ଯାତ୍ରା ପାଇଁ ଶୁଭ ଦିଆଗଲା

0 1

ଚଳିତ ମାସ ୧୦,୧୨ ଓ ୧୨ ତାରିଖରୁ ଚୈତ୍ର ଯାତ୍ରା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣୁପୁରସ୍ଥିତ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୬ତମ ଶୀତଳ ଚୈତ୍ର ଯାତ୍ରା ପାଇଁ ଆଜି ଶୁଭ ଦିଆଗଲା/ ଏହି ପୂଜା କାର୍ଯ୍ୟକୁ କମିଟିର ସଭାପତି ଟି ଗୋପାଳ ରାଓ ଅଧ୍ୟକ୍ଷତା ସମ୍ପାଦନ କରିଥିବା ବେଳେ ପୂଜକ ବି କିଶୋର କୁମାର ଆଜିର ପୂଜା କାର୍ଯ୍ଯ ସମ୍ପାଦନ କରିଥିଲେ।କମିଟିର ଉପସଭାପତି ଶିବ ପ୍ରସାଦ ଦଣ୍ଡସେନା , କୋଷାଧ୍ୟକ୍ଷ ଡି ଶଙ୍କର ନାରାୟଣ, ସଦସ୍ୟ ରାମ ଚନ୍ଦ୍ର ପଣ୍ଡା, ଡି ରାଜା, ବି ରବି କୁମାର,ଅମରେଶ ପଣ୍ଡା,ବି କିରଣ କୁମାର, ରାଜେନ୍ଦ୍ର ମହାନ୍ତି, ଆର ରାମୁ,ଡି ରମେଶ ସମେତ ବହୁ ମହିଳା ଭକ୍ତ ଉପସ୍ଥିତ ଥିଲେ। ଚଳିତ ମାସ ୧୦,୧୨ ଓ ୧୨ ତାରିଖରୁ ଚୈତ୍ର ଯାତ୍ରା କରିବା ପାଇଁ ତାରିଖ ନିର୍ଧାରିତ ହୋଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦେଇଛନ୍ତି /ଏହି ବର୍ଷ ଚୈତ୍ର ଯାତ୍ରାର ୨୬ ବର୍ଷ ହୋଇଥିବାରୁ ଜଗତ କଲ୍ୟାଣ ନିମନ୍ତେ ହୋମଯଜ୍ଞ, ଅନଦାନ କରାଯିବାର ବ୍ୟବସ୍ଥା କରାଯାଉ ଥିବା ବେଳେ ୧୦ ତାରିଖରେ ମାଙ୍କ ଶୀତଳ କଳସ ଯାତ୍ରା ରେ ମୋତିଲାଲ ନଗର ଗ୍ରାମବାସି ସହ ଅଂଚଳ ବାସି ମାନଙ୍କୁ ନେଇ ସହର ପରିକ୍ରମା କରି ମା ଙ୍କୁ ଶୀତଳ କରାଯିବ । ପ୍ରତ୍ୟକ ଦିନ ମାଆଙ୍କୁ ପଞ୍ଚମ୍ବୃତ୍ ଅଭିଷେକ ସହ ହୋମଯଜ୍ଞ କରାଯିବ। ହୋମ ଯଜ୍ଞ ପୂଜାକୁ ପୂଜକ ଭାବେ ପ୍ରଭାତ କୁମାର ରଥଶର୍ମା କାର୍ଯ୍ୟ ସମ୍ପାଦନ କରିବେ ଓ ମନ୍ଦିର ପୂଜକ ଭାବେ ବି କିଶୋର କୁମାର, ଏମ କିଷାନ ଓ ଏମ ରାଜା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିବେ ବୋଲି ଜଣାପଡିଛି।

 

Leave A Reply

Your email address will not be published.