ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ” ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ “୨୦୨୫

0 1

ନବରଙ୍ଗପୁର ତା:୨.୪.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଆଜି ଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଶିଶୁ ବାଟିକା ର ଶୁଭାରମ୍ଭ ସହ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଅଛି। ଏହି ପରିପେକ୍ଷି ରେ ଆଜି ସକାଳ ୭.୦୦ ଘ ସମୟରେ ନବରଙ୍ଗପୁର ସହର ସ୍ଥିତ ସ୍ଥାନୀୟ ଏକ୍ସ-ବୋର୍ଡ଼ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ “ପ୍ରବେଶ ଉତ୍ସବ ଏଵଂ ଖଡ଼ି ଛୁଆଁ” କାର୍ଯ୍ୟକ୍ରମ- ୨୦୨୫ ପାଳିତ ହୋଇଯାଇଛି। ଆଜି କାର୍ଯ୍ୟକ୍ରମ ରେ ୬ ବର୍ଷର ଶିଶୁ ମାନେ ପ୍ରଥମ ଶ୍ରେଣୀ ଏବଂ ୫ ବର୍ଷ ର ଶିଶୁମାନେ ଶିଶୁବାଟିକା ରେ ନାମ ଲେଖାଇଥିଲେ। ଏହି କାର୍ଯ୍ୟକ୍ରମ କୁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନ କରିଥିବା ବେଳେ ଓଡ଼ିଶା ସରକାର ଙ୍କ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା ଯୋଜନା ଅଧୀନରେ ଶିକ୍ଷା ର ବିକାଶ ଏବଂ ନୂତନ ଶିକ୍ଷା ନୀତି କାର୍ଯ୍ୟକାରିତା ପାଇଁ ପ୍ରତିବଦ୍ଧତା ର ବାର୍ତ୍ତା ରଖିଥିଲେ। ବରେଣ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସମଗ୍ର ଶିକ୍ଷା ନବରଙ୍ଗପୁର ଡ. ଶୁଭଙ୍କର ମହାପାତ୍ର, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଗୋଷ୍ଠି ଶିକ୍ଷା ଅଧିକାରୀ ,ନବରଙ୍ଗପୁର ରମେଶ ରାୟ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ ପରିଚାଳନା କରିଥିବା ବେଳେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ୧୨ ଜଣ ଶିଶୁ” ଶିଶୁ ବାଟିକା”ରେ ଏବଂ ୫ ଜଣ ଶିଶୁ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇ ଥିଲେ। ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ କୋଳରେ ବସାଇ ନିଜ କରକମଳ ରେ ଶିଶୁ ମାନଙ୍କ ଖଡ଼ିଛୁଆଁ କାର୍ଯ୍ୟ ସମ୍ପାଦନ କରିଥିଲେ।

ଏହାସହିତ ଜିଲ୍ଲାପାଳ,ମାନ୍ୟବର ବିଧାୟକ,ପୌରପାଳିକା ଅଧ୍ୟକ୍ଷ ଶିଶୁମାନଙ୍କୁ କୋଳରେ ବସାଇ ମନ୍ତ୍ର ଉଚ୍ଚାରଣ ରେ ସିଲଟ ରେ ଖଡିଛୁଆଁ କରାଇଥିଲେ।ମଞ୍ଚରେ ସମସ୍ତ ଶିଶୁଙ୍କୁ ଶିକ୍ଷଣ ସାମଗ୍ରୀ ଯଥା ସ୍କୁଲ ବ୍ୟାଗ୍ ସହିତ ସିଲଟ, ବହି, ଡ୍ରଇଂ ବୁକ୍ କଲର୍ ବକ୍ସ, କମ୍ପାସ, ଚକ ପକେଟ୍ ସହିତ ବିତରଣ କରାଯାଇଥିଲା। ଶେଷରେ ଅତିଥି ମାନେ ଆଞ୍ଚଳିକ ଦେଶିଆ ଭାଷାରେ ତିନୋଟି ‘ପ୍ରବେଶ ଉତ୍ସବ”ସଙ୍ଗୀତ ଉନ୍ମୋଚନ କରିଥିଲେ ଯାହାକି ସଚେତନତା ରଥ ଦ୍ଵାରା ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳ ରେ ଏହି କାର୍ଯ୍ୟକ୍ରମ ର ବହୁଳ ପ୍ରଚାର କରାଯିବ। ବିଦ୍ୟାଳୟ ରେ ସାକ୍ଷରତା, ସଂଖ୍ୟା ଜ୍ଞାନ ଏଵଂ ସୃଜନଶୀଳତା କକ୍ଷ ନିର୍ମାଣ କରା ଯାଇଛି। ଏହା ପରେ ମାନ୍ୟବର ମନ୍ତ୍ରୀ ୧୦ ଗୋଟି ବ୍ଲକ ନିମନ୍ତେ ଶିକ୍ଷା ସଚେତନ ରଥ ର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅନୁସୂଚିତ ଜାତି ଓ ଜନଜାତି ସଂଯୋଜକ ଶ୍ରୀ ଜଗଦାନନ୍ଦ ସୁନାରି ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି ଓ ଅଭିଭାବକ ଗଣ ଉପସ୍ଥିତ ଥିଲେ।ଏଥିରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Leave A Reply

Your email address will not be published.