ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଓଡିଶା ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାସ୍ତରରେ ଅପ୍ରେଲ ୧ ତାରିଖ ଠାରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପକ୍ଷ ପାଳନର ପ୍ରଥମ ଦିବସ ଅପ୍ରେଲ ୧ ତାରିଖରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଜିଲ୍ଲାର ସଦର ମହକୁମା ଟାଉନ ହଲ ଠାରେ ଓ ବୀରମହାରାଜପୁର ଉପଖଣ୍ଡ ସ୍ତରରେ ଓଡିଶା ଦିବସ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି। ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମତେ ଆଜି ଦ୍ଵିତୀୟ ଦିବସରେ ଜିଲ୍ଲାର ସଦରମହକୁମା ସ୍ଥିତ ପୌରପରିଷଦ ସୋନପୁର ସହ ପ୍ରତ୍ୟେକ ବ୍ଲକ ସ୍ତରରେ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ ତତ୍ୱାବଧାନରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଅନୁଷ୍ଠିତ ହୋଇଯାଇଛି। ଏହିପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ପୌରପରିଷଦ ସୋନପୁର ଅନ୍ତର୍ଗତ ମଝିପଡା ସରକାରୀ ୟୁ ପି ସ୍କୁଲ ପରିସରରେ ଏକ ସଚେତନତା ରଥକୁ ପତାକା ପ୍ରଦର୍ଶନ କରିଥିବା ବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ଓ ଅଭିନନ୍ଦନ ସହ ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଯୋଗଦାନ କରିଥିବାବେଳେ ବଲାଙ୍ଗୀର ସାଂସଦ ପ୍ରତିନିଧି ଶରତ ଶତପଥି, ଡି ଇ ଓ ମୀନାରାଣୀ ମଙ୍ଗଳ, ଏ ଡିଇଓ ମଞ୍ଜୁ ଲତା ଭୋଇ, ପ୍ରଧାନ ଶିକ୍ଷୟତ୍ରୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏଥି ସହ ଜିଲ୍ଲାର ବରିଷ୍ଠ ଅଧିକାରୀ ପ୍ରମୁଖ ମଧ୍ୟ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ନିର୍ଦ୍ଧାରିତ ସକାଳ ୯ ଘଟିକା ସମୟରେ ଏହି ପବିତ୍ର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଆସନ୍ତା କାଲି ଅପ୍ରେଲ ୩ ତାରିଖରେ ଜିଲ୍ଲାସ୍ତରୀୟ ପାରମ୍ପରିକ ପୋଷାକ ପରିଧାନ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଆମ ପୋଷାକ ଆମ ପରିଚୟରେ ସମସ୍ତେ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ଓଡ଼ିଆ ଅସ୍ମିତାକୁ ଉଦ୍ଜୀବିତ କରିବାକୁ ଓଡିଶା ପକ୍ଷ ପାଳନ ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।
Sign in
Sign in
Recover your password.
A password will be e-mailed to you.