ଦୁଇ ମାସ ଯାଇନି କଂକ୍ରିଟ ରାସ୍ତା ଫାଟି ଆଁ କଲାଣି।

0

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏମିତି , ଅନ୍ୟ ଅଂଚଳ କଥା କଣ କହିବା !

କେନ୍ଦୁଝର/ ଦିଲ୍ଲୀପ ସାହୁ ,ତା୧/୪– ରାଜ୍ୟରେ ସରକାର ପରିବର୍ତ୍ତନ ହେବାର ୯ ମାସ ବିତି ସାରିଲାଣି ତଥାପି ଠିକାଦାର ପ୍ରୀତି ଚାଲିଥିବା ଅଭିଯୋଗ ହେଉ ଥିଲା ଯାହାର ସତ୍ୟତା ପାଟଣାରେ ପ୍ରମାଣିତ ହୋଇଛି। ପାଟଣା ବଜାର ମୁଖ୍ୟ ରାସ୍ତା ମାତ୍ର ୨ ମାସ ତଳେ କଂକ୍ରିଟରେ ନିର୍ମିତ ହୋଇଥିଲା। ତେବେ ଗୋଟେ ସିମେଣ୍ଟରେ କେତେ ବାଲି ମିଶିଲା କେଜାଣି ଭାଗ ମାପ ଠିକ୍ ରହିଲାନି ଜେଇ ମଧ୍ୟ ଜାଣି ପାରିଲେନି ତେଣୁ ସେହି ରାସ୍ତା ଫାଟି ଏବେ ଆଁ କରିଛି। ସାଇଡ଼ରେ ଗାର୍ଡ ୱାଲ୍ ନଥିବାରୁ ରାସ୍ତା କେତେବେଳେ ନାଳକୁ ଗଳି ପଡ଼ି ପାରେ ଆଶଙ୍କା ଦେଖା ଯାଇଛି। ଏହି ରାସ୍ତା କିଏ କେତେ ଟଙ୍କାରେ କେଉଁ ବିଭାଗରୁ ନେଇ କଲା କିଛି ସୂଚନା ଫଳକ ନାହିଁ। କେହି ଭୋକିଲା କର୍ମୀ ବୋଧେ ଦିପଇସା ପାଇବାକୁ ଏହି ରାସ୍ତା କାମ କରି ଖୋଳ କରି ଖାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଲୋକେ ନୂଆ ସରକାରରେ ଏପରି ନିମ୍ନ ମାନର କାମ ଲାଗି ଧିକ୍କାର କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏପରି କାମ ଲାଗି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.