ଜଗତସିଂହପୁର,ତା-୦୨.୦୪.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସଦର ମହକୁମାଠାରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଦ୍ଵିତୀୟ ସଂଧ୍ୟା ସମ୍ମାନନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଆଜି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ପି ଏଲ ହରନାଦ, ଅଧ୍ୟକ୍ଷ, ପାରାଦ୍ୱୀପ ବନ୍ଦର ପ୍ରାଧିକରଣ ଜିଲ୍ଲା ର ଶିଳ୍ପ ସମୃଦ୍ଧି ଉପରେ ଗୁରୁତ୍ବ ଦେଇ ନିଜ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ରେ ଶିଳ୍ପ ର ଦୃତ ଅଭିବୃଦ୍ଧି ସହ ପ୍ରଗତି ର ସ୍ରୋତ ରେ ସାମିଲ୍ ହେବାକୁ ଯୁବ ପିଢୀ ଙ୍କୁ ଆହ୍ବାନ ଦେଇଥିଲେ।ସଭା ରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ କନକ ପ୍ରଭା ଲେଙ୍କା, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ଜଗତସିଂହପୁର ନାରୀ ଙ୍କ ପାଇଁ ସମ୍ମାନ ଉଦ୍ଦେଶ୍ୟରେ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ରମା ଦେବୀ, ସରଳା ଦେବୀ ଙ୍କୁ ମନେ ପକାଇ ଥିଲେ ଏବଂ ଜଗତସିଂହପୁର ଜିଲ୍ଲା ର ଐତିହ୍ୟ ଓ ସଂସ୍କୃତି ସଂପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ସମ୍ମାନନୀୟ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶେଷରେ ଶ୍ରୀ ଦିଲ୍ଲୀପ କୁମାର ଜେନା,ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଆଜି ସନ୍ଧ୍ୟା ରେ ରଙ୍ଗାରଙ୍ଗ
ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଲାବଣୀ, ଭାଙ୍ଗଡା, ଢେମସା ନୃତ୍ୟ ଓ ସଙ୍ଗୀତ ରେ ମଞ୍ଚ ପୁରି ଉଠିଥିଲା । ଏହି ସଂଧ୍ୟାରେ ଜିଲ୍ଲାର ଅଧିକାରୀ ବୃନ୍ଦ, କର୍ମକର୍ତ୍ତା, ସାମ୍ବାଦିକ ବନ୍ଧୁଗଣ ଓ ଦର୍ଶକ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.