ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାର ଇତିହାସ ଐତିହ୍ୟ କଳା ସଂସ୍କୃତିର ଗାଥା ବହନ କରୁଥିବା ମାରାଗୁଡ଼ା ଲୋକ ମହୋତ୍ସବ ଦୀର୍ଘ ବାର ବର୍ଷ ପରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପୁଣି ଥରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆଜି ସକାଳୁ ଏକ ମଶାଲ ଶୋଭାଯାତ୍ରା ସହିତ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ସ୍ଥାନୀୟ ଗାୟତ୍ରୀ ମନ୍ଦିରରୁ ବାହାରି ମିନି ଷ୍ଟାଡିୟମ୍ ସ୍ଥିତ ମାରାଗୁଡ଼ା ମଣ୍ଡପରେ ପହଞ୍ଚିଥିଲା। ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା,ପ୍ରଶାସନ ର ବରିଷ୍ଠ ଅଧିକାରୀ ଗଣ, ବିଭିନ୍ନ ରାଜନୈତିକ ଦଳର ନେତ୍ରୁବୃନ୍ଦ, ଜିଲ୍ଲା ପରିଷର ସଦସ୍ୟ ମାନେ, ବିଭିନ୍ନ ବ୍ଲକର ଅଧ୍ୟକ୍ଷା, ବିଭିନ୍ନ ଲୋକ ପ୍ରତିନିଧି, ଜିଲ୍ଲାର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଛାତ୍ର ଛାତ୍ରୀ, ବିଭିନ୍ନ ବ୍ଲକ୍ ରୁ ଆସିଥିବା କଳାକାର ଦଳ ଅଂଶ ଗ୍ରହଣ କରିଥିଲେ। ଏହାପରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ତରଫରୁ ସ୍ଥାନୀୟ ନେସନାଲ କଲେଜରେ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଥିରେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ସ୍ୱନାମ ଧନ୍ୟ କବି ମାନେ ଅଂଶ ଗ୍ରହଣ କରି ନିଜ ନିଜ କବିତା ପାଠ କରିଥିଲେ । ସନ୍ଧ୍ୟାରେ ମାରାଗୁଡ଼ା ଲୋକମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳାର ଶୁଭ ଉଦ୍ଘାଟନ ହୋଇଥିଲା । ଏହାପରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବ ରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଷୀ, ବିଶିଷ୍ଟ ଶିକ୍ଷାବିତ୍ ମହେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ପ୍ରାଧ୍ୟାପକ ପ୍ରସନ୍ନ ସ୍ୱାଇଁ , କୁଳପତି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ନିଜ ବକ୍ତବ୍ୟ ରଖିଥିଲେ। ମଞ୍ଚରେ ନୂଆପଡା ଜିଲ୍ଲା ପାଇଁ ଅନନ୍ୟ ଅବଦାନ ରଖିଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ କଳାକାର ଦଳ ଚିତ୍ତାକର୍ଷକ ଲୋକନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଷ୍ଟାର ନାଇଟ୍ ରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ସାଥୀ ଙ୍କ ମେଲୋଡି ରେ ଦର୍ଶକ ମାନେ ଝୁମି ଉଠିଥିଲେ । ମାରାଗୁଡ଼ା ଲୋକ ମହୋତ୍ସବ ଦୀର୍ଘ ବର୍ଷ ଅନ୍ତରାଳରେ ପୁଣି ଆତ୍ମ ପ୍ରକାଶ କରିଥିବାରୁ ନୂଆପଡା ବାସୀ ଅତ୍ୟନ୍ତ ଉତ୍ସାହର ସହିତ ଏହାକୁ ଉପଭୋଗ କରିବାବପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି ।
Sign in
Sign in
Recover your password.
A password will be e-mailed to you.