ଅସ୍ତରଙ୍ଗ ରେ ଓଡ଼ିଶା ଦିବସ ପାଳିତ ।

0

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଅଞ୍ଚଳ ର ଅସ୍ତରଙ୍ଗ ବ୍ଲକ ସମେତ ସରକାରୀ,ବେ ସରକାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ଓଡ଼ିଶା ଦିବସ ତଥା ଉତ୍କଳ ଦିବସ ପାଳିତ ହୋଇ ଜାଇ ଅଛି । ଏହି ଉପଲକ୍ଷେ,ବ୍ଲକ ଅଞ୍ଚଳ ର ବିଭିନ୍ନ ଶିକ୍ଷାନୁଷ୍ଠାନ ବିଶେଷ କରି,ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର, ବେଳାଭୂମି ହାଇ ସ୍କୁଲ,ଅସ୍ତରଙ୍ଗ ନୋଡାଲ , ବଳଭଦ୍ରପୁର ପି ଏସ ଏମ ଇ,ରେ ସି ଆର ସି,ଯଶୋବନ୍ତ ବେହେରା ଙ୍କ ସମେତ ଅନୁଷ୍ଠାନର ଛାତ୍ର ଛାତ୍ରୀ ଓ ଶିକ୍ଷକ ଗଣ, ସବୁଜ ଶାଖା,ଆଦି ଅନୁଷ୍ଠାନ ମାନଙ୍କରେ ମଧୁ ବାବୁ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ,ଓଡ଼ିଶା ଦିବସ ର ତାପ୍ତର୍ୟ୍ଯ ଉପରେ ବିଭିନ୍ନ ଆଲୋଚନା କରା ଯାଇଥିଲା। ବିଦ୍ୟାଳୟ ପିଲା ମାନଙ୍କ ଦ୍ଵାରା,ନାଚ ଗୀତ ସହ,ବକ୍ତୃକ୍ତା ପ୍ରତିଯୋଗିତା ହୋଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା । ଅପର ପକ୍ଷରେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି,ଅସ୍ତରଙ୍ଗ- କାକଟପୁର ତରଫରୁ ଅନୁଷ୍ଠାନ ର ସଭାପତି ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଲୋହିଆ ଏକାଡେମୀ ଭୁବନେଶ୍ୱର ଠାରେ ମଧ୍ୟ ଓଡ଼ିଶା ଦିବସ ପାଳିତ ହୋଇ ଜାଇଅଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ,ମଧୁସୁଦନ ଦାସ,ଗୋପବନ୍ଧୁ ଦାସ,ଫକିର ମୋହନ ସେନାପତି,ଓ ଗଜପତି କୃଷ୍ଣଚନ୍ଦ୍ର ଦେବ ଙ୍କ ଉଦ୍ୟମ ରେ ଆଜିର ଦିନ ତଥା ଏପ୍ରିଲ ୧ ତାରିଖ ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ସ୍ୱପ୍ନ ସାକାର ହୋଇଥିଲା । ଆଜକୁ ୯୦ ବର୍ଷ ପୁରିଛି ସ୍ଵିତନ୍ତ୍ର ଓଡ଼ିଶା ଗଠନ ।

Leave A Reply

Your email address will not be published.