ଉତ୍କଳ ଦିବସ କୁ କଳା ଦିବସ ଭାବେ ପାଳନ କରିଛି କୋଶଳସେନା

0

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ହେଉଛି ଏପ୍ରିଲ ଏକ ଉତ୍କଳ ଦିବସ ସାରା ରାଜ୍ୟରେ ଓଡିଶା ଦିବସ ମନାଉ ଥିବା ବେଳେ କୋଶଳସେନା କଳା ଦିବସ ଭାବେ ପାଳନ କରିଛନ୍ତି l ଏପରି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୋଶଳସେନା ପକ୍ଷରୁ ଉତ୍କଳ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି l ଆଜି ଏକ ହାତରେ କଲା ପତକା ଧରି ଚାରି ଛକ କୁ ଆସି ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବାରମ୍ବାର ଶୋଷିତ, ଅବହେଳିତର ଶିକାର ହେଉଥିବା ପ୍ରଶ୍ଚିମ ଓଡିଶା ଭାସା ସଂସ୍କୃତି ପରମ୍ପରାକୁ ଅପମାନ କରି କୋସଳାଞ୍ଚଳର ସମସ୍ତ ଖଣି ଖାଦାନ ରାଜସ୍ବ ବହୁତ ଆଦାୟ ହେଉଥିଲେ ମଧ୍ୟ ଉପକୁଳ ଓଡ଼ିଶାର ଉନ୍ନତି କରିବାରେ ସରକାର ବ୍ୟସ୍ତ , ସବୁବେଳେ ପ୍ରଶ୍ଚିମ ଓଡିଶାକୁ ଅଣଦେଖା କରୁଛନ୍ତି । ତେଣୁ ପ୍ରଶ୍ଚିମ ଓଡ଼ିଶାର ବିକାଶ ପାଇଁ କୋସଲ ରାଜ୍ୟ ନିହାତି ଆବଶ୍ୟକ । କୋଶଲ ପ୍ରଦେଶ ଗଠନ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ନିଯୁକ୍ତି ଓ ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇ ପାରିବ । ତେଣୁ ଓଡ଼ିଆ ଆମ ମାତୃଭାଷା, ସମ୍ବଲପୁରୀ କୋଶଲି ଅଟେ ଆମ୍ଭେ କାହିଁକି ଓଡ଼ିଆ ଉତ୍କଳର ଗୁଣ ଗାନ କରିବୁ ବୋଲି ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳନ କରିଥାନ୍ତି କୋସଲ ସଂଗ୍ରାମୀମାନେ । ପୋଲିସ ର ଉପସ୍ଥିତିରେ ଡୁଙ୍ଗୁରିପାଲି କୋଶଳ ସେନା ମୁଣ୍ଡରେ କଳା ପଟି ବାନ୍ଧି ବସ ଷ୍ଟାଣ୍ଡ ଛକରେ ପ୍ରତିବାଦ କରିଛି l ଏନେଇ ପୋଲିସ କାହକୁ ଗିରଫ କରିନି l ସ୍ୱତନ୍ତ୍ର କୋଶଳ ରାଜ୍ଯ ଗଠନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି କୋଶଳ ସେନା ପ୍ରକାଶ କରିଛନ୍ତି lସରୋଜ ପ୍ରଧାନ, ମୃତ୍ୟୁଞ୍ଜୟ ମିଶ୍ର,ଲଵ ପଧାନ, ଯଦୁମଣି କୁଦରେ ଙ୍କ ଶହ ଶହ କୋଶଳ ସେନାର କର୍ମକର୍ତ୍ତାମାନେ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.