ପଦ୍ମପୁର :- ନୀଳକଣ୍ଠେଶ୍ୱରପୁର ଶିବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ନବମୀ ଉପଲକ୍ଷେ ମହେଶ୍ବର ପୁରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୈଠକରେ ଆସନ୍ତା ଅପ୍ରେଲ ୬ ତାରିଖରେ ଶ୍ରୀରାମ ନବମୀ ପାଳନ ଉପରେ ଆଲୋଚନା ହୋଇଥିଲା । ସକାଳେ କଳସ ଶୋଭାଯାତ୍ରା ବାହାରି ପୂଜାର୍ଚ୍ଚନା ହେବା ସହ ସନ୍ଧ୍ଯାରେ କବି ସମ୍ମିଳନୀ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ କୋଶଳ ଭଞ୍ଜ କବି ରସିକ ଚନ୍ଦ୍ର ବେହେରାଙ୍କ ପୁସ୍ତକ “ଶ୍ରୀ ନୀଳକଣ୍ଠେଶ୍ୱର” ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଥିବା ସମ୍ପାଦକ ସୁରେଶ ସାହୁ ସୂଚନା ପ୍ରଦାନ କରିଛନ୍ତି ।ଏହି ବୈଠକରେ କମିଟି ର ସାଧୁ ବଢେଇ, କୁଞ୍ଜରାଜ ବରିହା, ଦେବାଶିଷ ପଟ୍ଟନାୟକ, ଜଳଧର ବିଶ୍ଵାଳ, ବିରଞ୍ଚି ଭୋଇ ମଙ୍ଗଳୁ ବରିହା ଅର୍ଜୁନ ବିଶ୍ଵାଳ, ଶିବାଶିଷ ପଟ୍ଟନାୟକ, ଦିଲ୍ଲୀପ ପାଣ୍ଡେ, କୈଳାସ ବାଗ, ପୂଜକ ମିତ୍ରଭାନୁ ପୁରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post