ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ( ନୂତନ ପେନସନ ଭୁକ୍ତା) ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମୋହନ ସିଂ ଗଣ୍ଡ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ ରଶ୍ମିତା ନେତମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ସନ୍ତୋଷ କୁମାର ସାହୁ ମଞ୍ଚାସିନ ଥିଲେ। ଡାବୁଗାଁ ବ୍ଲକ ଡଙ୍ଗରା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏକଲବ୍ୟ ପରିଡା ଚଳିତ ମାସରେ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ଶିକ୍ଷକ ସଂଘ ତରଫରୁ ସମ୍ବର୍ଧନା ଦିଆ ଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଏକଲବ୍ୟ ପରିଡା ଙ୍କୁ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଇଓ ରଶ୍ମିତା ନେତମ ଅବସର ଗ୍ରହଣ କରିଥିବା ଶିକ୍ଷକ ଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଆଗାମୀ ସମୟ ପରିବାର ସହ ହସ ଖୁସି ରେ ଅତିବାହିତ ହେଉ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ କୁ ସି ଆର ସି ସି ଗୁପ୍ତ ପ୍ରସାଦ ନାଗ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା,ବିକାଶ ରଞ୍ଜନ ନିଶଙ୍କ, ରାଇ ସିଂ ପୂଜାରୀ,ବଲ୍ଲଭ ନାରାୟଣ ପଣ୍ଡା,ସୁରେଶ ବେହେରା,ଜିତେନ୍ଦ୍ର ମାଝୀ,ସୌଭାଗ୍ୟ ବିଶ୍ବାଳ,ମଙ୍ଗରାଜ ମାଝୀ, ହିରଣ୍ୟ ମାଝୀ,ଅଜିତ ଷଡ଼ଙ୍ଗୀ,ଅନିତା ବେହେରା,ଗିରିଶ ଵାଳା ଜେନା, ସୁଜ୍ଞାନି ବେହେରା,ପୂଜା ଦତ୍ତ,ସତ୍ୟଭାମା ନିହାଲ୍ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.