ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୦/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦରରେ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ହିନ୍ଦୁ ନବ ବର୍ଷ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଏଥି ନିମନ୍ତେ ବିଭିନ୍ନ ହିନ୍ଦୁ ସଂଗଠନ ଓ ଯୁବ ଗୋଷ୍ଠୀ ତରଫରୁ ଡାବୁଗାଁ ର ବିଭିନ୍ନ ଛକ ରେ ଗେରୁଆ ପତାକା ଦ୍ଵାରା ଆଚ୍ଛାଦିତ କରାଯାଇଥିଲା। ଅପରାହ୍ନ ୪ ଘଣ୍ଟ ସମୟରେ କୃଷି ଫାର୍ମ ପରିସରରେ ଥିବା ମା ଠାକୁରାଣୀ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭା ଯାତ୍ରା ରେ ନଗର ପରିକ୍ରମା କରାଯାଇଥିଲା।ଏକ ସୁସଜ୍ଜିତ ଗାଡ଼ିରେ ରାମ ଲକ୍ଷ୍ମଣ ଓ ସୀତା ଙ୍କ ଫୋଟ ଲଗାଯାଇ ପରିକ୍ରମା କରାଯାଇଥିଲା। ଯୁବକ ମାନେ ରାମ,ଲକ୍ଷ୍ମଣ,ସୀତା,ହନୁମାନ,ସୁଗ୍ରୀବ ତଥା ବିଭିନ୍ନ ବେଶ ଭୂଷା ହୋଇ ନଗର ପରିକ୍ରମା କରିବା ସହ ଲୋକଙ୍କ ବେଶ୍ ମନୋରଞ୍ଜନ କରିଥିଲେ। ଡିଜେ ଓ ବାଜା ର ତାଳେ ତାଳେ ଶୋଭା ଯାତ୍ରାରେ ପୁରୁଷ,ମହିଳା ଓ ଯୁବ ଗୋଷ୍ଠୀ ତାରିଣୀ ଛକ,ମେଡିକାଲ ଛକ,ପାତ୍ର ସାହି, କଳସ ମଣ୍ଡପ,ନୂଆ ଗୁଡା,ରେଭିନ୍ୟୁ ସାହି,ବସ ଷ୍ଟାଣ୍ଡ,ଜୟନ୍ତୀ ନଗର ଓ ଡଙ୍ଗରି ଗୁଡା ଦେଇ ତାରିଣୀ ମନ୍ଦିର ଛକ ପର୍ଯ୍ୟନ୍ତ ଶୋଭା ଯାତ୍ରା କରିଥିଲେ। ଜୟ ଶ୍ରୀ ରାମ ଧ୍ଵନି ରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ହିନ୍ଦୁ ନବ ବର୍ଷରେ ହିନ୍ଦୁ ଜାଗରଣ ମଞ୍ଚ ସଭାପତି ଦିବ୍ୟ ରଞ୍ଜନ ରାୟ ପାତ୍ର ଙ୍କ ସହ ଶୁଭଜିତ ପାଣିଗ୍ରାହୀ,ସୁରେଶ ବେହେରା,ପ୍ରବୀଣ ଅଗ୍ରୱାଲ,ଭଗବାନ ପାତ୍ର,ମନୋଜ ପାତ୍ର, ସୌଭାଗ୍ୟ ବିଶ୍ବାଳ, ଜି ସତ୍ୟା ରାଓ,ଗୋବିନ୍ଦ ଗୋପାଳ ଅଗ୍ରୱାଲ, ପାପିନ ମୁନି,ସନ୍ତୋଷ ପାତ୍ର, ସହ ଅନ୍ୟମାନେ ପରିଚାଳନା ରେ ସହଯୋଗ କରିଥିବା ବେଳେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଦିବାନ ସିଂ , ସୁରେନ୍ଦ୍ର ମିଶ୍ର,ଗୁପ୍ତ ବିଶୋଇ, ସୋମ ନାଥ ପୂଜାରୀ,ଜେ ରାଜ ଶେଖର ରାଓ, ସହ ସହ ସହ ସଂଖ୍ୟାରେ ସନାତନି ଧର୍ମି ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post