ଭବାନୀପାଟଣା : ରୋହିତ କୁମାର ନାଏକ l(ଶାସକ ପ୍ରଶାସକ): ସ୍ଥାନୀୟ ହୋଟେଲ ମିଡ଼ିଟାଉନ ରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ର ମୁଖ୍ୟ ଉଦେଶ୍ୟ, ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତନ କରିବା ଉଦେଶ୍ୟରେ ଲାଗୁ ହେବାକୁ ଯାଉଛି “ଅନ୍ତୋଦୟ ଗୃହ ଯୋଜନା “। ଏହି ଯୋଜନାରେ ଆସନ୍ତା ତିନି ବର୍ଷ ମଧ୍ୟରେ ଅନ୍ୟୁନ ୨, ୨୫,୦୦୦ ନୂତନ ପକ୍କାଘର ମଂଜୁର କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ପାଇଁ ୭୫୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ମାଟିରେ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଳା ବାସୀ,ମା ମାଣିକେଶ୍ବରୀଙ୍କ ମାଟିକୁ ପ୍ରଥମ ଗସ୍ତରେ କଳାହାଣ୍ଡି ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରୁଛୁ ବୋଲି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଢ଼ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସ୍ୱାଗତ ପାଇଁ କଳାହାଣ୍ଡି ଚଲଚଞ୍ଚଳ ଏବଂ ବିଜେପି କର୍ମୀମାନେ ବେଶି ଉତ୍ସାଚ୍ଛାୟିତ ଅଛନ୍ତି ବୋଲି କହିଛନ୍ତି।ଏହି ସମ୍ମିଳନୀ ରେ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ମାନ୍ୟବର ବିଧାୟକ ଧର୍ମଗଡ଼ କହିଥିଲେ କି, ପ୍ରତେକ ପଂଚାୟତ ରେ ଅନ୍ୟୁନ ୨୦ ଟି ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ।ସେହିପରି ଅନ୍ତୋଦୟ ଯୋଜନା ମାଧ୍ୟମରେ କଳାହାଣ୍ଡି ଜିଲ୍ଲାରୁ ୩୨୦୦ ହିତାଧିକାରୀ ଉପକୃତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ପ୍ରଥମଥର ଗସ୍ତ ଥିବା ହେତୁ କଳାହାଣ୍ଡି ତଥା ବିଜେପି କର୍ମୀ ମହଲରେ ଆନନ୍ଦର ବାତାବରଣ ସୃଷ୍ଟି ହେବା ସହ ଭବ୍ୟ ସ୍ୱାଗତର ଆୟୋଜନ କରଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ସହ ଓଡିଶା ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ରହି ୪୦୦ କୋଟିର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରି କଳାହାଣ୍ଡି ବାସୀଙ୍କୁ ଭେଟିଦେବାର କାର୍ଯ୍ୟକ୍ରମ ରହିଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଯୁଗଳ ପୋଢ଼, ବିଧାୟକ ସୁଧୀର ପଟ୍ଟଯୋସୀଙ୍କ ସମେତ ଦେବେନ୍ଦ୍ର ମହାନ୍ତି, ଆର୍ତତ୍ରାଣ ମହାପାତ୍ର, ଭବେନ୍ଦ୍ର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଜୟ ଶଙ୍କର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post