ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ଅନ୍ତର୍ଗତ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୬୬ ମସିହାରେ ସ୍ଥାପନ ହୋଇଥିବାବେଳେ ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୫ଜଣ ଛାତଛାତ୍ରୀ ଅଧ୍ୟୟନ କରୁଛନ୍ତି।ଶିକ୍ଷାଦାନ ପାଇଁ ସ୍କୁଲରେ ୩ଜଣ ଶିକ୍ଷକ ରହିଥିବା ବେଳେ ୮ଟି ଶ୍ରେଣୀ ପାଇଁ ଏକମାତ୍ର ଶ୍ରେଣୀ ଗୃହ ଓ ବାରଣ୍ଡା ରହିଛି। ଯାହାଫଳରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ସ୍କୁଲ ବାରଣ୍ଡାରେ ପିଲାଙ୍କୁ ପାଠ ପଢ଼ିବା ସମ୍ଭବ ହୋଇପାରୁନାହିଁ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ବୈଦ୍ୟନାଥ ନାଏକ ଓ ଶିକ୍ଷକ ପ୍ରମୁଖ ମତ ପ୍ରକାଶ କରିଛନ୍ତି।ସ୍କୁଲ ଅବ୍ୟବସ୍ଥାକୁ ନେଇଁ ବ୍ଲକ ଶିକ୍ଷା ବିଭାଗ ଓ ଗ୍ରାମପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲାପରେ ଅଭିଯୋଗ କ୍ରମେ ପଞ୍ଚାୟତ ଅନୁଦାନରୁ ୨ଟି କୋଠା ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା କିନ୍ତୁ ବିଡମ୍ବନାର ବିଷୟ ଯେ’ଅର୍ଥରାଶି ମଂଜୁର ହୋଇ କୋଠା ନିର୍ମାଣର ୩ବର୍ଷ ପରେବି ଏବେ ଯାଏଁ କୋଠାର ଛାତ ପଡ଼ିପାରି ନାହିଁ।ସେହିପରି ସ୍କୁଲ ସାମ୍ନାରେ ଥିବା ନଳକୂପରେ ଗୋଳିଆ ପାଣି ବାହାରିବା ବେଳେ ଗୋଟିଏ ବାଲଟି ପାଣି ବାହାରିବା ପରେ ଆଉ ପାଣି ବାହାରୁ ନାହିଁ ଯାହାଫଳରେ ଅବିଭାବକମହଲରେ ଅସନ୍ତୋଷ ଦେଖା ଯାଇଛି।ଏନେଇ ପାହାଡ଼ପଦର ସରପଞ୍ଚକୁ ପଚାରିବାରୁ ବୋରପଦର ସ୍କୁଲ ପ୍ରକୃତରେ ଅବ୍ୟବସ୍ଥା ରହିଛି ପରିତାପର ବିଷୟ ପଞ୍ଚାୟତ ଅନୁଦାନରୁ ସ୍କୁଲ କୋଠ ନିର୍ମାଣ ପାଇଁ ୩ବର୍ଷ ପୂର୍ବେ ମଞ୍ଜୁର ହୋଇଥିଲା କିନ୍ତୁ ଦୁଃଖର ସହିତ କହୁଛି ଏବେ ଯାଏଁ ୨ଟି କୋଠା ଛାତ ପଡ଼ି ପାରିନାହିଁ ଯାହାଫଳରେ ଛାତ୍ରଛାତ୍ରୀ ମାନେ ପାଠ ପଡିବାରେ ବ୍ୟାଘାତ ଘଟୁଛି l ବର୍ତମାନ ଆଉ ଗୋଟେ ନୂତନ କୋଠା କାର୍ଯ୍ୟ ଚାଲିଛି ଓ ସେହି ଦୁଇଟି ପୁରୁଣା କୋଠାକୁ ଛାତ ପକାଇବା ପାଇଁ ଲାଞ୍ଜିଗଡ଼ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛି କିଛି ମାସ ପରେ ନିହାତି ସମସ୍ୟାର ସମଧାନ ହୋଇଯିବ ବୋଲି ସୂଚନା ଦେଇଛନ୍ତି।ତେବେ ପୁରୁଣା କୋଠାକୁ କେବେ ଛାତ ପକାଯାଉଛି ଓ ସ୍କୁଲର ସମସ୍ୟା କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା।
Sign in
Sign in
Recover your password.
A password will be e-mailed to you.
Next Post