ଡୁଙ୍ଗୁରିପାଲି ଓକିଲ ସଂଘ କର୍ମକର୍ତା ନିର୍ବାଚନ

2

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ସକାଳ ୭ ଟା ୩୦ ମିନିଟରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସ୍ଥାନୀୟ ଓକିଲ ସଂଘର କାର୍ଯ୍ୟକର୍ତା ନିର୍ବାଚନ ଶୃଙ୍ଖଳିତ ବିଧ ବ୍ୟବସ୍ଥା ଅନୁଯାୟୀ ସଂପନ୍ନ ହୋଇଛି ।ଏଥିରେ ବରିଷ୍ଠ ଓକିଲ ଜୟପ୍ରକାଶ ନନ୍ଦ ମୁଖ୍ୟ ନିର୍ବାଚନ ଅଧିକାରୀ ରହିଥିବେ ବେଳେ ଅନ୍ୟତମ ଆଇନଜୀଦି ଖଗେଶ୍ଵର ପାଇ ସହକାରୀ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।ବରିଷ୍ଠ ଆଇନଜୀବି ସୁବାସ ଚନ୍ଦ୍ର ଭୋଇ ଏବଂ ସୁଦାମ ଖମାରୀଙ୍କ ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ଵନ୍ଦିତା ଅନୁଷ୍ଠିତ ହୋଇଥିଲା । ଓକିଲ ସଂଘର ସର୍ବ ମୋଟ ୩୮ ସଦସ୍ୟ ଙ୍କ ମଧ୍ୟରୁ ୩୪ ଜଣ ତାଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ତେବେ ସୁବାସ ଚନ୍ଦ୍ର ଭୋଇଙ୍କ ସପକ୍ଷରେ ୨୯ ଖଣ୍ଡ ଭୋଟ ପଡିଥିବା ବେଳେ ସୁଦାମ ଖମାରୀ ୯ ଖଣ୍ଡ ଭୋଟ ପାଇ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ନିର୍ବାଚନ ଅଧିକାରୀ ଶ୍ରୀ ନନ୍ଦ ଏବଂ ଶ୍ରୀ ପାଳ ପ୍ରତିଦ୍ଵନ୍ଦୀ ସୁବାସ ଚନ୍ଦ୍ର ଭୋଇଙ୍କୁ ବିଜୟୀ ଘୋଷଣା କରିବା ପରେ ଓକିଲ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା । ସୂଚନା ଯୋଗ୍ୟ ଏହି ଯେ ଗତ ୨୦୨୨-୨୩ ବର୍ଷରେ ଶ୍ରୀ ଭୋଇ ଡୁଙ୍ଗୁରିପାଲି ଓକିଲ ସଂଘର ସଭାପତି ରହିଥିଲେ । ଅନ୍ୟ କର୍ମକର୍ତାଙ୍କ ମଧ୍ୟରେ ଉପସଭାପତି ଭାବେ ଜଗନ୍ନାଥ ମିଶ୍ର, ସଂପାଦକ ମିତେନ୍ଦୁ ଅଭିନାଶ ଗୌତମ ଏବଂ ସହ ସଂପାଦକ ହରେକୃଷ୍ଣ ବେହେରା ନିନ୍ଦୁରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ଶ୍ରୀ ଭୋଇ ଦ୍ଵିଦୀୟ ଥର ପାଇଁ ଡୁଙ୍ଗୁରିପାଲି ଓକିଲ ସଂଘର ସଭାପତି ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.