ଓମିଶାଓ ପ୍ରଧାନ ଏବଂ ଅଂଶୁମାନ ନାୟକ ଚମ୍ପିୟାନ
ଓଡ଼ଗାଁ ୨୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଆୟୋଜିତ ପ୍ରଥମ ୧୯ ବର୍ଷରୁ କମ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୨୦ ଯୋଡ଼ି ଖେଳାଳୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଓମିଶାଓ ପ୍ରଧାନ ଏବଂ ଅଂଶୁମାନ ନାୟକ ଅତିଥିଙ୍କ ଠାରୁ ଚମ୍ପିୟାନ ଟ୍ରଫି ସହିତ ପୁରସ୍କାର ଗ୍ରହଣ କରିଥିଲା ବେଳେ ସୈ।ମ୍ୟରଞ୍ଜନ ଦାଶ ଓ କୁମାର ଅଂଶୁମାନ ପ୍ରଥମ ଏବଂ ରାମେଶ୍ବର ସାହୁ ଓ ଆୟୁଷ ରଞ୍ଜନ ରାଉତ ଦ୍ବିତୀୟ ରନର୍ସ ଅପ୍ ଟ୍ରଫି ସହିତ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଅଧ୍ୟାପକ ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସୁଶାନ୍ତ ପାତ୍ର,ପାଣୁ ଚରଣ ସେଠୀ,ବୀର କିଶୋର ବଳବନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଖେଳ ମଣିଷ ଦିବାକର ନାୟକ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲା ବେଳେ ଖେଳ ଶିକ୍ଷକ ମନୋରଞ୍ଜନ ରାଉତ ସହଯୋଗ କରିଥିଲେ।