କଲ୍ୟାଣସିଂହପୁର/ରାୟଗଡ଼ାରୁ ସରୋଜ ସାହୁ : ଆଗରୁ ଏମିତି ଅନେକ ପୋଷ୍ଟର ଲାଗିଥିବା ବେଳେ ଏବେ ରବିବାର ଦିନ ସକାଳୁ ରାୟଗଡାର ବିଭିନ୍ନ ସ୍ଥାନ ସର୍ବୋପରି ତହସିଲ କାର୍ଯ୍ୟାଳୟ ପାଚେରୀ ରେ ଲାଗିଛି ମାଓବାଦୀଙ୍କ ସଂକ୍ଷିପ୍ତ ପୋଷ୍ଟର ! ପ୍ରଥମ ଥର ପାଇଁ ତହସିଲ ଅଂଶ କାର୍ଯ୍ୟାଳୟ ପାଚେରୀରେ ମରାଯାଇଥିବା ସ୍ଥାନୀୟ ଲୋକ ମାନେ କହୁଛନ୍ତି ।
ସେଥିରେ ଲେଖା ହୋଇଛି- ବେଦାନ୍ତ କମ୍ପାନୀ ହଟାଅ, ନିୟମଗିରି ବଞ୍ଚାଅ । ନିୟମଗିରି ଅଂଚଳରେ କୁମ୍ବୀଙ୍ଗ ଅପରେସନ ବନ୍ଦ କରାଯାଉ । ଗରିବ କୃଷକଙ୍କୁ ରୂଣମୁକ୍ତ କରାଯାଉ । ନିୟମଗିରି ଅଂଚଳରେ କଣ୍ଟ୍ରାକ୍ଟର ଓ ଦଲାଲ ମାନେ ସତର୍କ ଓ ରାସ୍ତାଘାଟ କାମ ବନ୍ଦ kara ।
ସିପିଆଇଏମ (ମାଓବାଦୀ)
ସେଥିରେ ସିପିଆଇ ମାଓବାଦୀ ରାୟଗଡା ଏରିଆ କମିଟି ବୋଲି ଲେଖାଯାଇଛି । ଶନିବାର ବିଳମ୍ବିତ ରାତିରେ ଏହି ପୋଷ୍ଟର ଗୁଡିକ କେହି ମାରିଥିବା ଜଣାପଡିଛି । ଖୋଦ ତହସିଲ କାର୍ଯ୍ୟାଳୟ ଫାଟକରେ ୨ଟି ପୋଷ୍ଟର ଲାଗିଛି । ଏହି ପୋଷ୍ଟରରେ ନିୟମଗରି ଅଞ୍ଚଳର ୩ଜଣ ବ୍ୟକ୍ତିଙ୍କୁ ଚେତାବନୀ ଦିଆଯାଇଛି। ସେମାନେ ପୁଲିସ ଖବରୀ କାମରୁ ବିରାତ ରହିବ ଲାଗି କୁହାଯାଇଛି। ସେହିପରି ନକ୍ସଲଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଧମକ ଦିଆଯାଇଛି। ନିୟମଗରି ପାହାଡରେ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ରାସ୍ତା କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ବ୍ଲକର ଚାଷୀଙ୍କ ଋଣ ଛାଡ ଲାଗି ବି ଦାବୀ କରିଛନ୍ତି ।