ଟିଟିଲାଗଡ଼, ଶାସକ ପ୍ରଶାସକ (ଘନଶ୍ୟାମ ନାଗ)୨୮ ମାର୍ଚ୍ଚ ୨୦୨୫: ଆସନ୍ତା ୧୪ ଏପ୍ରିଲ୍ ୨୦୨୫ ରେ ବିଶ୍ୱର ସର୍ବ ବୃହତ ଲିଖିତ ସମ୍ବିଧାନର ପ୍ରଣେତା ଡ଼. ଭିମରାଓ ଅମ୍ବେଦକର୍ ଙ୍କ ୧୩୪ତମ ଜୟନ୍ତୀ ଉଦ୍ୟାପନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ସଭା ବଲାଙ୍ଗିର ଜିଲ୍ଲା ସବ୍ ଡିଭିଜନ ଟିଟିଲାଗଡ଼ର I.B ରେ ବହୁଜନ ସମାଜର ଯୁବ ସଭାପତି ଶ୍ରୀଯୁକ୍ତ ବୈକୁଣ୍ଠ ନାଗଙ୍କ ଅଧକ୍ଷତାରେ ଆୟୋଜନ କରାଯାଇଥିଲା ।
ସଭାରେ ସ୍ଥାନୀୟ ସମାଜସେବୀ, ଅଧିକାରୀମାନେ ଏବଂ ବିଭିନ୍ନ ସମାଜିକ ସଂଗଠନର ଶତାଧିକ ପ୍ରତିନିଧି ମାନେ ଗରିବ ସେନା ମୁଖ୍ୟ ତଥା ସମାଜସେବୀ ଶ୍ରୀଯୁକ୍ତ ବିରେନ୍ଦ୍ର ବାଗ,ମେହେର ସମାଜ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମେହେର, ବହୁଜନ ସମାଜସେବୀ ଶ୍ରୀଯୁକ୍ତ ଯୁଗଳ ଜାଲ, ଆଇନଜୀବି ତଥା ସମାଜସେବୀ ପଙ୍କଜ ବାଗ, ସମାଜସେବୀ ଶ୍ରୀଯୁକ୍ତ ବିନୋଦ ଭରାସାଗର, ବ୍ଲକ ଭୀମ ଆର୍ମୀ ସଭାପତି ଶ୍ରଯୁକ୍ତ ରୋହିତ ତାଣ୍ଡି, ସମ୍ପାଦକ ଶ୍ରୀଯୁକ୍ତ ଗିରିଶ ନନ୍ଦ, ସମାଜସେବୀ ଶ୍ରୀଯୁକ୍ତ ପିତାମ୍ବର ନାଗ, ବାମସେଫ ସଙ୍ଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏଥିରେ ଆସନ୍ତା ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଚର୍ଚ୍ଚା ହୋଇଥିଲା । ଏହି କାର୍ଯ୍ୟକ୍ରମ ମଧ୍ୟରୁ ରେଲି, ସେମିନାର୍, ମହାନ ନାୟକ ଅମ୍ବେଦକର୍ ଙ୍କ ଜୀବନ ଓ କାର୍ଯ୍ୟ ଉପରେ ଅଲୋଚନା, ସମ୍ବିଧାନ ସଚେତନତା କାର୍ଯ୍ୟ ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।ସ୍ଥାନୀୟ ସମାଜସେବୀ ମାନେ ଏହି ସଭାରେ ଅଂଶଗ୍ରହଣ କରି, ଡ଼. ଅମ୍ବେଦକର୍ ଙ୍କ ଅମୂଲ୍ୟ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ସଭାର ଅନ୍ତିମ ଅଂଶରେ, ଟିଟିଲାଗଡ଼ ଏବଂ ଆଖପାଖ ଗ୍ରାମର ସମସ୍ତ ନାଗରିକଙ୍କୁ ଏହି ଉତ୍ସବରେ ସଂପୃକ୍ତ ହେବା ପାଇଁ ଆହ୍ୱାନ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.