ଓଡ଼ଗାଁ ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ତଥା ଓଡ଼ଗାଁ ଏନ୍ଏସିର ସାଇବର ଫ୍ରଡ୍ ମାମଲାର ୩ ଅଭିଯୁକ୍ତ ଯୁବକଙ୍କୁ ଉଠାଇନେଲା ଛତିଶଗଡ ପୋଲିସ । ସେମାନେ ହେଲେ ଓଡ଼ଗାଁ ଜାରିଙ୍ଗି ନୂଆ ସାହିର କାମରାଜ ଆଚାରୀଙ୍କ ପୁଅ ଶିବଶଙ୍କର ଆଚାରୀ(୨୩), ମଠଖଜୁରିଆର ମହେଶ୍ୱର ବାରିକଙ୍କ ପୁଅ କାଳୁଚରଣ ବାରିକ(୨୩) ଏବଂ ବିଜୟ ମଣ୍ଡପ ସାହିର ପ୍ରିୟରଞ୍ଜନ ବିଷୋୟୀଙ୍କ ପୁଅ ଦେବନାଥ ବିଷୋୟୀ (୨୦) । ମନି ଲଣ୍ଡ୍ରିଙ୍ଗ ମାମଲାରେ ସମ୍ପୃକ୍ତ ଥିବା ଯୋଗୁଁ ସୁପ୍ରିମକୋର୍ଟଙ୍କ ଓ୍ବାରେଣ୍ଟିର ଏକ ନକଲ ହ୍ବାଟସପ ମାଧ୍ୟମରେ ଏହି ୩ ଅଭିଯୁକ୍ତ ମିସି ଛତିଶଗଡ଼ ରାଜ୍ୟ କୁତୁଆଲି ଜିଲ୍ଲା ବଲୋଦା ବଜାର ଥାନା ନୂଆ ବସଷ୍ଟାଣ୍ଡ ନିକଟ ଏଫସିଆଇ ଗୋଦାମ ପଛରେ ରହୁଥିବା ରୋସନ କୁମାରଙ୍କ ପତ୍ନୀ ସୃଷ୍ଟି ଗୁପ୍ତା(୩୧)କୁ ଗତ ୧୫ ଜାନୁଆରୀ ୨୦୨୫ରେ ଫୋନ୍ ମାଧ୍ୟମରେ ଗିରଫ ହେବାର ଭୟ ଦେଖାଇ ମାମଲାର ସମାଧାନ ପାଇଁ ଟଙ୍କା ମାଗିଥିଲେ । ବିଭିନ୍ନ ଅଲଗା ଅଲଗା କ୍ୟୁଆର କୋଡ଼ ବ୍ୟବହାର କରି ୟୁପିଆଇ ମାଧ୍ୟମରେ ଏହି ୩ ଅଭିଯୁକ୍ତ ବିଭିନ୍ନ ଜମାଖାତା ମାଧ୍ୟମରେ ୩ ଲକ୍ଷ ୪୮ ହଜାର ଟଙ୍କା ଲୁଟ୍ କରିଥିଲେ । ଉକ୍ତ ଘଟଣା ସମ୍ପର୍କରେ ସୃଷ୍ଟି ଗୁପ୍ତାଙ୍କର ସନ୍ଦେହ ହେବାରୁ ଅନୁସନ୍ଧାନ ପରେ ସେ ସାଇବର ଫ୍ରଡରେ ଫସିଯାଇଥିବା ଜାଣିବାକୁ ପାଇଥିଲେ । ଏବଂ ୪ ଫ୍ରେବୃଆରୀ ୨୦୨୫ ରେ ସୃଷ୍ଟି ଗୁପ୍ତା ଏନେଇ ବଲୋଦା ବଜାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ୧୨୧/୨୦୨୫ ରେ ମାମଲା ରୁଜୁ କରି ଛତିଶଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ଛତିଶଗଡ଼ ପୋଲିସ ଓଡ଼ଗାଁରେ ପହଁଞ୍ଚି ଓଡ଼ଗାଁ ଥାନା ପୋଲିସ ସହଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲେ । କିନ୍ତୁ ଏମାନଙ୍କ ପଛରେ ଥିବା ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ନିକଟରେ ଛତିଶଗଡ଼ ପୋଲିସ ନପହଞ୍ଚିବା ଏବଂ ତାକୁ ଗିରଫ ନକରିବା ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଉଛି ।
Sign in
Sign in
Recover your password.
A password will be e-mailed to you.