ପୁଣି ରାଜରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :    ପୁଣି ରାଜରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା, ତିତିଲି ବାତ୍ୟାଦ୍ବାରା କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଳମ୍ବ ଅଭିଯୋଗରେ ବସ୍ତି ସୁରକ୍ଷା ମଞ୍ଚର ଆହ୍ବାନ କ୍ରମେ ଶହ ଶହ ବସ୍ତି ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇଛନ୍ତି। ରେଳ ଷ୍ଟେସନ ନିକଟରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ତିତିଲି ପରବର୍ତ୍ତୀ ସମୟରେ କ୍ଷୟକ୍ଷତିର ଆକଳନ କରି ସହାୟତା ରାଶି ଓ କ୍ଷତି ପୁରଣ ପ୍ରଦାନ ଘୋଷଣା ପରେ ପ୍ରଭାବିତ ପରିବାରଙ୍କ ମଧ୍ୟରେ ଆସା ସଞ୍ଚାର ହୋଇଥିଲା, କିନ୍ତୁ ବାତ୍ୟାର 3 ମାସ ପରେବି କୌଣସି ସହାୟତା ପାଇନାହାନ୍ତି ବସ୍ତି ବାସିନ୍ଦା, ପୂର୍ବରୁ ବସ୍ତି ବାସିନ୍ଦା ବହୁ ବାର ପ୍ରଶାସନ ନିକଟରେ ଗୁହାରି କରିଥୀଲେ ସୁଧା ପ୍ରଶାସନ ପ୍ରତିଶ୍ରୁତି ଦେଇ ଦିନଗଡାଇ ଚାଲିଛି। ବସ୍ତି ବାସିନ୍ଦାଙ୍କ ନିମନ୍ତେ ସରକାର କରିଥିବା ଯୋଜନାର କାର୍ଯ୍ୟକାରୀ ହେଉନାହିଁ ଫଳରେ ବସ୍ତି ବାସିନ୍ଦା ବିଦ୍ୟୁତ ଆଲୁଅ , ପକାଘର ଓ ସ୍ଥାୟୀ ପଟ୍ଟା ଆଦି ପାଇବାରୁ ବଞ୍ଚିତ ହେଉଛନ୍ତି। ପାରଳାଖେମୁଣ୍ଡି ସହରରେ   ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଆନ୍ଦୋଳନ କରାଯାଉଛି କିନ୍ତୁ ପାରଳା ମୁନିସିପାଲିଟି କିମ୍ବା ପ୍ରଶାସନ କୌଣଶି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ବସ୍ତି ସୁରକ୍ଷା ମଞ୍ଚର ଆବାହକ। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି ଯଥାଶୀଘ୍ର ବିଭାଗୀୟ ଅଧିକାରୀ ଓ ବସ୍ତି ବାସିନ୍ଦାଙ୍କୁ ନେଇ ଏକ ବୈଠକର ଆୟୋଜନ କରି ଆଲୋଚନା କରିବା ପରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। 

ଜିଲ୍ଲା ପ୍ରଶାସନ ଏଦିଗରେ  ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ  ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.