ବାସୁଦେବପୁର – ଓଡ଼ିଶା ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକ ସେବା ଭବନ ରେ ଆୟୋଜିତ ହୋଇ ଯାଇଛି ବିଶ୍ଵ ବନ ଦିବସ। ଆୟୋଜିତ କାର୍ଯ୍ୟ କ୍ରମ ରେ ସରକାର ଙ୍କ ଜଙ୍ଗଲ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିଲେ। ଏହି ଅବସର ରେ ଲୁଣା ଜଙ୍ଗଲ ବନଖଣ୍ଡ (ବନ୍ୟପ୍ରାଣୀ) ରାଜନଗର ଅନ୍ତର୍ଗତ କନିକା ବନାଞ୍ଚଳ (ବନ୍ୟ ପ୍ରାଣୀ) ଡ଼ାଙ୍ଗମାଳ ଅଧିନସ୍ଥ ତାଳଚୁଆ, ସେକ୍ସନ ର ବନପାଳ ଲକ୍ଷ୍ମୀଧର ବାରିକ୍ ଙ୍କୁ ଉତ୍ତମ ବନ ପାଳ ଭାବ ରେ ସମ୍ବର୍ଦ୍ଧିତ କରାଯାଇଛି। ଲକ୍ଷ୍ମୀଧର ବାରିକ୍ ଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ଗୁଆ ଗାଁ ଗ୍ରାମ ରେ। ତାଙ୍କ ପିତାଙ୍କ ଙ୍କ ନାମ ସ୍ଵର୍ଗତ ସୁଧାକର ବାରିକ୍ ବୋଲି ସୂଚନା ମିଳିଛି। ଏହି ଖବର ପାଇ ତାଙ୍କ ପରିବାର ରେ ଖୁସିର ଲହରୀ ଖେଳିଯାଇଛି। ସମ୍ବର୍ଦ୍ଧନା ପାଇଁ ଶ୍ରୀଯୁକ୍ତ ବାରିକ୍ , ରାଜନଗର ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଗୋପୀନାଥ ଯାଦବ, ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସ, ଓ ସ୍ଥାନୀୟ ଜନ ସାଧାରଣ ଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.