ବିଧାନସଭା ଘେରାଉ ନେଇ ପୁରୀ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

0

ପୁରୀ, ୨୨/୩: ଚଳିତ ମାସ ୨୭ ତାରିଖରେ ବିଧାନ ସଭା ଘେରିବ କଂଗ୍ରେସ । ରାଜ୍ୟରେ ମହିଳା ଚାଲାଣ, ଗଣ ଦୁଷ୍କର୍ମ, ବଳାତ୍କାର ଆଦି ତଷ୍କରି କାର୍ଯ୍ୟ ବିରୁଦ୍ଧରେ ବିଗତ ଦିନରେ ଯେଉଁ ଭଳି ଭାବେ କଂଗ୍ରେସ ସ୍ୱରକୁ ଶାଣୀତ କରିଛି , ତାହା ସାରା ଓଡ଼ିଶା ଦେଖୁଛି । ଫଳ ସ୍ୱରୁପ ବିଜେପି ସରକାର ଭୟଭିତ ହୋଇ ଟାଣୁଆ ବିଧାୟକ ତାରା ବାହିନୀପତିଙ୍କୁ ବିଧାନସଭା ଗୃହରୁ ନିଳମ୍ବନ କରିଛି । ସରକାରଙ୍କ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କୁ ପ୍ରତିବାଦ କରି ପିସିସି ସଭାପତି ଭକ୍ତ ଚରନ ଦାସଙ୍କ ଆହ୍ୱାନରେ ପୁରୀ ଜିଲା କଂଗ୍ରେସ ୨୭ ତାରିଖରେ ହେବାକୁ ଥିବା ବିଧାନସଭା ଘେରାଉରେ ଯୋଗ ଦେବ ।

ସ୍ଥାନୀୟ ଭିଆଇପି ରୋଡ ସ୍ଥିତ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜୟନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମସ୍ତ ବର୍ଗ ଯଥା ଛାତ୍ର, ଯୁବ, ମହିଳା ତଥା ପଛୁଆ ବର୍ଗର ବହୁ ନେତା ଓ କର୍ମୀ ଏହି ବୈଠକରେ ଯୋଗ ଦେଇଥିଲେ । ପ୍ରଦେଶ କଂଗ୍ରେସ ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ଅଭିଳାଷ ମାଣିଆ ଏବଂ ପ୍ରବକ୍ତା ପ୍ରଶାନ୍ତ ଶତପଥୀ ଯୋଗଦେଇ ପୁରୀ ଜିଲ୍ଲା ରୁ କିପରି ସମସ୍ତ ବିଧାନସଭା କ୍ଷେତ୍ରରୁ ଅଧିକ ରୁ ଅଧିକ ସଂଖ୍ୟକ କର୍ମୀ ସାଧାରଣ ଜନତା ଆଦି ରାଜ୍ୟରେ ମହିଳା ଉତ୍ପିଡନ ବିରୁଦ୍ଧରେ ନିଜକୁ ସାମିଲ କରିବେ ସେଥିପାଇଁ ଆଲୋଚନା ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବଭୂଷଣ ଦାସ, ମନୋଜ ରଥ, ବିଦୁତଲତା ଆଚାର୍ଯ୍ୟ, କାଳୀପ୍ରସାଦ ନାୟକ, ନିରଞ୍ଜନ ରଥ, ଭାସ୍କର ସେଠ, ସୈାମ୍ୟକାନ୍ତ ଖୁଣ୍ଟିଆ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, କାହ୍ନୁଚରଣ ପ୍ରଧାନ, ମନୋଜ କୁମାର ବେହେରା, ଆଶୁତୋଷ ମିଶ୍ର, ସୂର୍ଯ୍ୟକାନ୍ତ ପାତ୍ର, ବିଶ୍ବରଂଜନ ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.