ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ ଏସ୍ ଆର୍ ଡି “ସଖୀ” ୱାନ ଷ୍ଟପ ସେଣ୍ଟର ତରଫରୁ ବିଶ୍ଵ ଜଳ ଦିବସ ବେତାଗୁଡା ସ୍ଥିତ ପଲିଟେକ୍ନିକ କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଏହି ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।
ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଯୋଗ ଦେଇ ଏହି ଦିବସ ର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିବରଣୀ ପ୍ରଦାନ କରିବା ସହ ଜଳ କୁ କିପରି ସୁଦୁପଯୋଗ ଏବଂ ବାୟୁ ମଣ୍ଡଳ ଉପରେ ଜଳର ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ କଲେଜ ର ଅଧ୍ୟକ୍ଷ ଅନିଲ କୁମାର ପାତ୍ର , District Coordinator cum Counsellor OLM (swayam Project)ଶ୍ରୀମତୀ ଶିବାନୀ ପାଣୀଗ୍ରାହୀ , District Coordinator Actionaid ଶ୍ରୀଯୁକ୍ତ ଶେଷଦେବ ଭୋଇ , District Coordinator Child Helpline ଶ୍ରୀମତୀ ବୈଶାଳୀ ପଟ୍ଟନାୟକ ଆଦି ଉପସ୍ଥିତ ରହି ” ବିଶ୍ୱ ଜଳ ଦିବସ ୨୦୨୫ ର ଉଦ୍ଦେଶ୍ୟ ହେଉଛି ବିଶ୍ୱ ଜଳ ଚକ୍ରରେ ଗ୍ଲେସିଯ଼ରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେଗୁଡ଼ିକର ତରଳିବାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା , ସ୍ଥାୟୀ ଜଳ ପରିଚାଳନା
ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହିମବାହ ହେଉଛି ଗୁରୁତ୍ୱପୂର୍ଣ୍ଣ ମଧୁର ଜଳ ଭଣ୍ଡାର , ଯାହା ପାନୀୟ , କୃଷି , ଶିଳ୍ପ ଏବଂ ଇକୋସିଷ୍ଟମ ପାଇଁ ଜଳ ଯୋଗାଇଥାଏ।ଗ୍ଲେସିଯ଼ର ତରଳିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଜଳବାୟୁ ପରିବର୍ତ୍ତନ କାରଣରୁ ଦ୍ରୁତ ଗତିରେ ତରଳୁଥିବା ହିମବାହଗୁଡ଼ିକର ବୃଦ୍ଧି ପାଉଥିବା ବିପଦ ଏବଂ ଜଳ ଉପଲବ୍ଧତା ଓ ସ୍ଥିରତା ଉପରେ ଏହାର ପ୍ରଭାବକୁ ଦୂର କରିବା ସ୍ଥାୟୀ ଜଳ ପରିଚାଳନାକୁ ସହାୟତା କରିବା ସହ ସଙ୍କୁଚିତ ହେଉଥିବା ହିମବାହ ଏବଂ ପରିବର୍ତ୍ତିତ ଜଳ ପ୍ରବାହ ସହିତ ଖାପ ଖୁଆଇବା ପାଇଁ ସ୍ଥାୟୀ ଜଳ ପରିଚାଳନା ଅଭ୍ୟାସ ଏବଂ ସ୍ଥାନୀୟ ରଣକୌଶଳକୁ ପ୍ରୋତ୍ସାହିତ କରିବା ଆଦି ବିଷୟରେ ବୁଝାଇଥିଲେ।
ଏହି ଦିବସର ମହତ୍ତ୍ଵ କୁ ଗୁରୁତ୍ଵ ଦେବା ଉଦ୍ଦେଶ୍ୟ ରେ ଏକ ଶପଥପାଠ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯକ୍ରମର ପ୍ରାରମ୍ଭରେ “ସଖୀ” ୱାନ ଷ୍ଟପ କେନ୍ଦ୍ରର ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ।
ଏହି ଦିବସ ପାଳନ ଅବସରରେ ପଲିଟେକ୍ନିକ କଲେଜ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ
ଆଇ ଏସ୍ ଆର୍ ଡି ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା , ମୋହିନୀ ପ୍ରଧାନ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି. ସୁରେଶ କୁମାର , ଏନ୍ . ଉଷା , ଦିବ୍ୟ କୁମାର ସୁଆର , ନିରୁପମା ରାଉଳ ଏବଂ ଆଇଏସ୍ ଆର୍ ଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ପରିଶେଷରେ ଆଇ ଏସ୍ ଆର୍ ଡି “ସଖୀ” ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.