ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ଗଡ଼ ତୁମୁଲିଆ ଅଞ୍ଚଳରେ ଆଜି ସଂଧ୍ୟା ପ୍ରାୟ ୬ଟାରେ ଘଟିଛି ଏହି ନାରକୀୟ କାଣ୍ଡ। ରିଙ୍କୁ ସ୍ଵିର ନାମକ ୨୫ ବର୍ଷର ଯୁବକ ଟାଙ୍ଗିଆରେ ତାର ଖୁଡି ଓ ଖୁଡିର ମାଁଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି | ମୃତକ ହେଲେ ଖୁଡି ମାହେଲେ ବିଳାସିନୀ ସ୍ୱିର – ୪୯ ବର୍ଷ ଓ ଆଈ ରୁକ୍ମଣୀ ବିଶ୍ବାଳ-୭୦ବର୍ଷ। ପୋଲିସ ଅଭିଯୁକ୍ତକୁ ଗିରଫ କରି ହେମଗିର ଥାନାକୁ ଆଣିଥିବା ଜଣା ପଡିଛି। ତେବେ ହତ୍ୟାର କାରଣ ଜଣା ପଡ଼ିନଥିଲେ ମଧ୍ୟ ପାରିବାରିକ ଗଣ୍ଡଗୋଳ କାରଣରୁ ଏହା ଘଟିଥିବା ଅନୁମାନ କରାଯାଉଛି। ହତ୍ୟା କରି ପୁତୁରା ଫେରାର ହୋଇଯାଇଥିବା ବେଳେ ପରେ ପୋଲିସ ତାକୁ କାବୁ କରିବାରେ ସକ୍ଷମ ହୋଇଛି। ସଂଧ୍ୟା ସମୟରେ ଓଭୟ ମାଁ ଓ ଝିଅ ପାଣି ନେଇ ଘରକୁ ଅ।ସୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ହେମଗିର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅ।ରମ୍ଣ କରିଥିବା ବେଳେ ବର୍ତ୍ତମାନ ମଧ୍ୟ ୨ ମୃତ ଦେହ ସେହିଭଳି ପଡିରହିଛି। ଅନ୍ୟ ପଟେ ଅଭିଯୁକ୍ତ ପୁତୁରା ଅନେକ ସମୟରେ ନିଶାଗ୍ରସ୍ଥ ଅବସ୍ଥାରେ ଗାଁରେ ବୁଲାବୁଲି କରୁଥିବା ବେଳେ ଅ।ଜି କାହିଁକି ଏହିଭଳି କାଣ୍ଡ ଭିଅ।ଇଲା ତାହା ସ୍ଵଷ୍ଟ ହୋଇନାହିଁ