ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆସି ଯାଇଛି ଗ୍ରୀଷ୍ମ ଋତୁ, ପ୍ରଚଣ୍ଡ ରୌଦ୍ରତାପରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ଜଙ୍ଗଲ ପୋଡ଼ି, ରାସ୍ତା କଡ ବିଲ ମାଳର ଧାନ ମନ୍ଥା ର ଅଗାଡି ପାଳ ର ନିଆଁ ଏବଂ ଜନସାଧାରଣ ଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାସ୍ତା ସଂପ୍ରସାରଣ ନିମିତ୍ତ ଶହ ଶହ ବର୍ଷର ଶହ ଶହ ଗଛ କୁ କଟା ଯିବା ଯୋଗୁଁ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଥିଲା। ଅନ୍ୟପଟେ ଗ୍ରୀଷ୍ମ ଋତୁ ର ରୈ।ଦ୍ର ତା’ପରେ ନଦୀ ନାଳ କୂଅ ଓ ଭଞ୍ଜନଗର ଜଳ ଭଣ୍ଡାର ଶୁଖି ପାନୀୟ ଜଳ ସମସ୍ୟା ମଧ୍ୟ ଚାରିଆଡ଼େ ଦେଖା ଦେଇଛି। ପଥଚାରୀମାନେ ପାଣି ଟୋପାଏ ପାଇଁ ହଇରାଣ ହେଉଛନ୍ତି। ଏହିଭଳି ପରିସ୍ଥିତିରେ ଆଜି ୧୮ ତାରିଖ ମଙ୍ଗଳବାର ୨୦୨୫ ରେ ଭଞ୍ଜନଗର ଏନ ଏ ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଭଞ୍ଜନଗର ମୁଖ୍ୟ ରାସ୍ତା ତଥା ପବିତ୍ର ଲୋହରIଖଣ୍ଡି ବ୍ରିଜ୍ ନିକଟରେ ଥିବା ଚିଦାନନ୍ଦ ସାଂସ୍କୃତିକ କେନ୍ଦ୍ର ପାଖରେ ଏକ ଜଳ ଛତ୍ର ର ଶୁଭାରମ୍ଭ କରା ଯାଇଅଛି l ମାନନୀୟ ଉପଜିଲ୍ଲପାଳ, ଭଞ୍ଜନଗର ର ଶ୍ରୀମାନ ଉମାଶଙ୍କର ସେଠୀ ଏହାକୁ ଶୁଭ ଉଦ୍ଘାଟନ କରିଥିବା ବେଳେ , ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର , କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମୁରଲି କୃଷ୍ଣ ପଣ୍ଡା , ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କାଉନସିଲରଗଣ ଏବଂ ସମସ୍ତ କର୍ମଚାରୀ ଗଣ ଉପସ୍ଥିତ ଥିଲେ।
ଉପ ଜିଲାପାଳ ଉମା ଶଙ୍କର ବେହେରା, ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର ଅତିଥି ଭାବେ ଯୋଗଦେଇ ଜଳ ସେବା କେନ୍ଦ୍ର ଗୁଡିକୁ ଉଦଘାଟନ କରିଥିଲେ। ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା କାର୍ଯ୍ୟକ୍ରମ ଗୁଡ଼ିକୁ ସଂଯୋଜନା କରିଥିଲେ। ଗ୍ରୀଷ୍ମ ଋତୁରେ ଯେଭଳି କୌଣସି ଲୋକେ ପିଇବା ପାଣି ସମସ୍ୟା ନ ଭୋଗିବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଉପ ଜିଲାପାଳ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.