ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ ଯାପିତ ୲

0 1

ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ଅଧିନସ୍ଥ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ତ୍ରୟୋଦଶ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଚଳିତ ମାସ ୦୭ ତାରିଖଠାରୁ ୧୮ ତାରିଖ ପର୍ଯ୍ଯନ୍ତ ଆଠଦିନ ଧରି ଚାଲିଥିବା ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିରର ଆଜି ଉଦ୍ ଯାପନ ଘଟିଛି୲ ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିନାୟକ ହୋତା ଛାତ୍ରୀମାନଙ୍କୁ ଓଡ଼ିଶା ସରକାର ତଥା ଉଚ୍ଚ ଶିକ୍ଷାବିଭାଗର ଏହି ଭଳି ଛାତ୍ରୀମାନଙ୍କର ସର୍ବାଙ୍ଗ ବିକାଶ ନିମିତ୍ତ ପଦକ୍ଷେପ ସ୍ବାଗତଯୋଗ୍ୟ ଓ ଫଳପ୍ରଦ ବୋଲି ନିଜର ମତପ୍ରକାଶ କରିବା ସହ ଆତ୍ମରକ୍ଷା ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ବର୍ଣ୍ଣନା କରାଇଛନ୍ତି ୲ସୂଚନାଯୋଗ୍ଯ ଯେ,ଦୀର୍ଘ ଆଠଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ଦେବାର ଦାୟିତ୍ବ ବହନ କରିଥିଲେ l ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ସୋନି ମୁଦୁଲି ଏବଂ ଜି.ସାବିତ୍ରୀ ଆଚାରୀ ୲ଏତଦ୍ ବ୍ୟତୀତ କାର୍ଯ୍ୟକ୍ରମର ସଂଯୋଜିକା ରୂପେ କାର୍ଯ୍ୟ କରିଥିବା ଇଂରାଜୀ ବିଭାଗର ଅଧ୍ୟାପିକା ମିକି ମନସ୍ୱିନୀ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରାଇଛନ୍ତି ୲

Leave A Reply

Your email address will not be published.