ଗୋଲଡେନ ବାବାର ବିଜେଡି ଲିଙ୍କ୍ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ 

0

ଛାତ୍ରନେତା – ପୋଳିସ୍ ଧସ୍ତାଧସ୍ତି , ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ୬ ଗିରଫ 

ଭୁବନେଶ୍ୱର – ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ସହିତ ବିଜେଡ଼ିର ତୁଙ୍ଗ ନେତା, ମନ୍ତ୍ରୀ, ଭୁବନେଶ୍ୱର ମେୟରଙ୍କର ଭିତିରି ସଂପର୍କ ଏବଂ ସେମାନେ ଅପରାଧିଙ୍କୁ ଘଣ୍ଟ ଘୋଡାଉଥିବା ବିରୁଦ୍ଧରେ ଛାତ୍ର କଂଗ୍ରେସ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଥିଲେ । କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରୁ ବାହାରି ନବୀନ ନିବାସ ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ୍ ଆନେ୍ଦାଳନକାରୀ ଛାତ୍ରମାନଙ୍କୁ ଶିଶୁ ଭବନ ଛକ ଠାରେ ଅଟକାଇଥିଲା । ଛାତ୍ରନେତାମାନେ ପୋଲିସ୍ କର୍ଡନ୍ ଭାଙ୍ଗି ଆଗକୁ ବଢିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏପରିକି ଛାତ୍ରନେତାମାନେ ପୋଲିସ୍ ଉପରକୁ ଟମାଟୋ ଓ ଅଣ୍ଡା ମାଡ କରିଥିଲେ । ପରିସ୍ଥିତିକୁ ଆୟତ କରିବା ପାଇଁ ପୋଲି ଛାତ୍ର କଂଗ୍ରେସର ଇତିଶ୍ ପ୍ରଧାନଙ୍କ ସହ ବହୁ ଛାତ୍ର ନେତାଙ୍କୁ ଉଠାଇ ନେଇଥିଲା । ପରେ ଇତିଶଙ୍କ ସମେତ ଆଦିତ୍ୟ ପ୍ରିତମ ଦାସ, ବିଳ୍ପବ ପରିଡ଼ା, ଅକ୍ଷୟ କୁମାର ମଲ୍ଲ, ବିଶ୍ୱରଞ୍ଜନ ପାଣିଗ୍ରାହୀ, ଅହମ୍ମଦ ଖାନ ପ୍ରମୁଖ ୬ଜଣ କର୍ମକର୍ତାଙ୍କୁ ଗିରଫ କରି ଜେଲ ପଠାଇଲେ ।

ଗୋଲଡେନ୍ ବାବାର ନେତା ମନ୍ତ୍ରୀଙ୍କ ସହ ସମ୍ପର୍କ ଉପରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଯଥେଷ୍ଟ ସମୟ ଦେଇଥିଲେ ଏବଂ ପ୍ରମାଣ ମଧ୍ୟ ଦେଇଥିଲେ କିନ୍ତୁ ସରକାର ଦୋଷୀ ନେତୃବୃନ୍ଦଙ୍କୁ ଘଂଟ ଘୋଡାଇ ବସିଗଲେ । ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ସିଧାସଳଖ ସରକାରଙ୍କୁ ଏତାଦୃଶ କାର୍ଯ୍ୟକୁ ସମାଲୋଚନା କରିବାକୁ ଯାଇ ସରକାର ପୋଲିସ୍ ବାହିନୀକୁ ଲଗାଇ ଦମନ କରିବା କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଏବଂ ସରକାରଙ୍କୁ ଚେତେଇ ଦବାକୁ ଯାଇ କହିଛନ୍ତି କଂଗ୍ରେସ ଦଳ ଆସନ୍ତା ଦିନରେ ସରକାରଙ୍କର ସମସ୍ତ ଦୁର୍ନୀତିକୁ ପର୍ଦାଫାସ କରିବ । ଜେଲ ଯିବାକୁ କଂଗ୍ରେସ କେବେ ଭୟ କରେ ନାହିଁ ବୋଲି ସେ କହିଛନ୍ତି । 

 

Leave A Reply

Your email address will not be published.