ଜାତୀୟ ପାରା ଜୁଡୋ ଚାମ୍ପିଅନସିପରେ ଚମକିଲେ ବେଦାନ୍ତର ପାରା ଜୁଡୋ ଆଥଲେଟ୍‍

2

କଳାହାଣ୍ଡିର ମୋହନ ସାହୁ ଜିତିଲେ ୨ଟି ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୦/୦୩ ୨୦୨୫ : ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସମସ୍ତ ପ୍ରକାର ସହଯୋଗ ପାଇଥିବା ଓଡ଼ିଶାର ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲାର ପାରା ଜୁଡୋ ଆଥଲେଟ୍ ମୋହନ ସାହୁ ରାଜ୍ୟର ପ୍ରତିନିଧିତ୍ୱ କରି ତ୍ରୟୋଦଶ ଜାତୀୟ ପାରା ଜୁଡୋ ଚାମ୍ପିଅନସିପ୍ ୨୦୨୫ ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଜଣେ ପ୍ରତିଭାବାନ ଅଳଥଲେଟ୍ ଭାବେ ଆଶୀର୍ବାଦ ପ୍ରାପ୍ତ ମୋହନ ଜୁନିୟର (୬୬ କେଜି) ଏବଂ ସିନିୟର (୬୪ କେଜି) ବର୍ଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ସେ ବର୍ତ୍ତମାନ ଉଜବେକିସ୍ତାନର ତାସକେଣ୍ଟରେ ସମ୍ମାନଜନକ ଏସୀୟ ପାରା ଜୁଡୋ ଚାମ୍ପିଅନସିପ୍ ୨୦୨୫ ରେ ଭାରତର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେଉଛନ୍ତି ।
ନିଜର ପ୍ରତିକ୍ରିୟାରେ ଉଲ୍ଲସିତ ମୋହନ ସାହୁ କହିଛନ୍ତି, ବେଦାନ୍ତ ଆଲୁମିନିୟମର ସମର୍ଥନ ପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ, ଯାହା ମୋତେ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଆତ୍ମବିଶ୍ୱାସ ଦେଇଛି । ଜଣେ ପାରା ଆଥଲେଟ୍ ଭାବେ ମୋର ଯାତ୍ରାରେ ସେମାନଙ୍କର ପ୍ରୋତ୍ସାହନ ଏବଂ ସହାୟତା ଅତୁଳନୀୟ । ମୁଁ ମୋ ଦେଶ ଏବଂ ସମର୍ଥକମାନଙ୍କୁ ଗର୍ବିତ କରିବାକୁ ଚେଷ୍ଟା କରିବି ।
ସ୍ଥାନୀୟ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ସମର୍ପଣ ଭାବ ଉପରେ ଗୁରୁତ୍ୱାରୋପ କରି ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି, ଆମେ ଜୀବନକୁ ପ୍ରେରଣା ଏବଂ ପରିବର୍ତ୍ତନ କରିବା ପାଇଁ କ୍ରୀଡ଼ାକୁ ବିଶ୍ୱାସ କରୁ । ମୋହନ ସାହୁଙ୍କ ଭଳି କ୍ରୀଡ଼ାବିତମାନଙ୍କୁ ସହାୟତା କରିବା ସମାବେଶୀ ଏବଂ ଗୋଷ୍ଠୀଗତ ବିକାଶ ପ୍ରତି ଆମର ବୃହତ୍ତର ପ୍ରତିବଦ୍ଧତାର ଅଂଶ ବିଶେଷ । ସେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ନୂତନ ଆହ୍ୱାନର ମୁକାବିଲା କରୁଥିବାରୁ ତାଙ୍କ ସହିତ ଛିଡ଼ା ହୋଇ ଆମେ ଗର୍ବିତ ।
ଉଲ୍ଲେଖନୀୟ କଥା ହେଉଛି, ବେଦାନ୍ତ ଆଲୁମିନିୟମର ମାଇନ୍ସ ଟିମ୍ ମୋହନ ସାହୁଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଗୌରବ ଅର୍ଜନ କରିବାର ସ୍ୱପ୍ନ ସାକାର କରିବାରେ ସମର୍ଥନ କରୁଛି । ନିକଟରେ ଲକ୍ଷ୍ନୌରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ତାଙ୍କର ଅଂଶଗ୍ରହଣ ପାଇଁ କମ୍ପାନୀ ତାଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ଉପକରଣ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲା । ତାଙ୍କର ଆବଶ୍ୟକ ସମ୍ବଳ ସହିତ, ଜଣେ ସମ୍ପୂର୍ଣ୍ଣ ସୁସଜ୍ଜିତ କ୍ରୀଡାବିତ୍‍ ଭାବେ ମୋହନ ସାହୁ ଭାରତର ଶୀର୍ଷ ପାରା ଆଥଲେଟମାନଙ୍କ ସହିତ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବା ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହା ମଧ୍ୟ ଉଲ୍ଲେଖନୀୟ ଯେ ବେଦାନ୍ତ ଆଲୁମିନିୟମ ପୂର୍ବରୁ ଓଡ଼ିଶାର ଅନ୍ୟ ଏକ ଆଦିବାସୀ ବହୁଳ ରାୟଗଡା ଜିଲ୍ଲାର ଦୁଇ ଜଣ କବାଡି ଖେଳାଳିଙ୍କୁ ସମର୍ଥନ କରିଥିଲା ଯେତେବେଳେ କି ସେମାନେ ନେପାଳରେ ଅନୁଷ୍ଠିତ ଆନ୍ତର୍ଜାତୀୟ କବାଡି ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।

Leave A Reply

Your email address will not be published.