ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆନ୍ତର୍ଜାତୀୟ ମହିଳା ଦିବସ ତଥା ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଆଜି ଜ଼ିଲ୍ଲା ସମବାୟ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହାର ଶୀର୍ଷକ ରହିଥିଲା “ସମବାୟ ସୁଦୃଢ଼ୀକରଣରେ ମହିଳାଙ୍କ ଅବଦାନ” ।
ଏହି ସଚେତନତା ପଦଯାତ୍ରା କୁ ସୁନ୍ଦରଗଡ଼ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ଶୁଭାରମ୍ଭ କରିଥିଲେ। ଡି ଆର୍ ସି ଏସ ଶ୍ରୀ ଉମା ଶଙ୍କର ଦାସ ଙ୍କ ଦ୍ଵାରା ସଂଯୋଜିତ ଏହି କାର୍ଯ୍ୟକ୍ରମରେ ସମବାୟ ସହ ସଂଶ୍ଲିଷ୍ଟ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏ ଆର ସି ଏସ, ଜ଼ିଲ୍ଲାର ସ୍ତରୀୟ ଅଧିକାରୀ, ଅନ୍ୟ କର୍ମଚାରୀ ତଥା ସମବାୟପ୍ରେମୀ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
ପରେ ପରେ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ମହିଳା ସଶକ୍ତିକରଣ ଉପରେ ଆଲୋଚନା କରାଯାଇଥିଲା ଏବଂ ସମବାୟ ଆନ୍ଦୋଳନରେ ମହିଳାଙ୍କ ଉଲ୍ଲେଖନୀୟ ଅଂଶ ଗ୍ରହଣ କୁ ଭୂୟସି ପ୍ରଶଂସା କରାଯାଇଥିଲା | ଏହି ଅବସର ରେ ପାଲା ମାଧ୍ୟମରେ ସମବାୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା, ସମବାୟ ବର୍ଷ ସାରା ପାଳନ ହେବାକୁ ଥିବା ବିଭିନ୍ନ ସମବାୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ନିମନ୍ତେ ବାର୍ତ୍ତା ଦିଆଯାଇଥିଲା ଏବଂ ଶେଷରେ ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.
Prev Post