ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅଗ୍ରଣୀ ମହିଳା ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ସେକ୍ଟର ୪ସ୍ଥିତ ହୋଟେଲ୍ ଲୀଲା ଠାରେ ଅନ୍ତଃର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳନ କରିଛି। ଅନୁଷ୍ଠାନର ସଭାପତି ଦୀପ୍ତି ସୁନ୍ଦରାୟ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦିକା ଲୀନା ତ୍ରିପାଠୀଙ୍କ ଆବାହକତ୍ୱ ଓ ସହସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ସ୍ବତନ୍ତ୍ର ଜେଲ ର ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା, ସରକାରୀ ଆଇଟିଆଇ ର ଅଧ୍ୟକ୍ଷ ଡମାନ ସୋରେନ, ସମାଜସେବୀ ପ୍ରକାଶ ତ୍ରିପାଠୀ, ଗୈାତମ ବାଡ଼ା, ସ୍ୱାଗତିକା ବେହେରା,ସୁଲତା ପତି, ରାଞ୍ଚି ରୁ ମନୋରମା ପାଣ୍ଡେ, ବିଜୟ ସୁନ୍ଦରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହିଳା ଦିବସ ଉପଲକ୍ଷେ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଦେବାସହ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଜୟିନୀ ଜେନା,ପ୍ରେମା ଦାସ,ଡା ପୂଜା ପତି, ପିଙ୍କ୍ ଅଟୋ ଡ୍ରାଇଭର ରୋମିଲା ସିଂ, ଖବରକାଗଜ ବିତରକ କିଶୋରୀ ଜେନା, ଅଧ୍ୟାପିକା ଅପରାଜିତା ସାମଲ, ସସ୍ମିତା ପ୍ରଧାନ, ଶିବାନୀ ରଣା,ସନ୍ନା ଚକ୍ରବର୍ତ୍ତୀ, ସୁକନ୍ୟା ସାହୁ ଓ କୁଞ୍ଜବିହାରୀ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସଭାପତି ଶ୍ରୀମତୀ ସୁନ୍ଦରାୟ ଅତିଥି ଙ୍କ ପରିଚୟ ଓ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ, ଉପଦେଷ୍ଟା ଗ୍ରେସି ଡେଭିଡ ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ସହସମ୍ପାଦିକା ଶୁଭଲକ୍ଷ୍ମୀ ସ୍ବାଗତ ସଂଗୀତ ସହ ନାରୀ ଭିତ୍ତିକ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଅନୁଷ୍ଠାନର ରଶ୍ମିତା ମଲ୍ଲିକ, ଶୁଭଶ୍ରୀ ପାତ୍ର, ପ୍ରିୟଙ୍କା ପାଣି, ଅନୁପମା ଆଚାର୍ଯ୍ୟ, ଗରିମା ପତ୍ରି ଢୋଲକିଆ, କମଳିନୀ ମହାପାତ୍ର, ଅଶ୍ବିନୀ କିଶାନ,ତାରା କ୍ରିଷ୍ଣା,ରୀମା ରାୟ,ରୁନୁ ଭୂୟାଁ, ରୀନାରାଣୀ ସାହୁ,ଶଶିଲତା ହୋତା,ଶାସ୍ବତୀ ରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post