ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସରିଲା ମ୍ୟାଟ୍ରିକ ବା ଦଶମ ବୋର୍ଡ ପରୀକ୍ଷା। ଏବେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରରେ କରିଥିବା ଆକ୍ରାନ୍ତ ପରିଶ୍ରମର ଫଳ କୁ ଅପେକ୍ଷା ରହିବ। ଗତ ଫେବୃଆରୀ ୨୧ ତାରିଖ ୨୦୨୫ ଶୁକ୍ରବାର ଦିନ ରୁ ଆରମ୍ଭ ହୋଇ ଚାଲିଥିବା ଦଶମ ଶ୍ରେଣୀ (ମାଟ୍ରିକ୍) ପରିକ୍ଷା ଆଜି ଅର୍ଥାତ୍ ମାର୍ଚ୍ଚ ୬ ତାରିଖ ଗୁରୁବାର ୨୦୨୫ ରେ ଶେଷ ହୋଇଛି। ସେହି ଦୃଷ୍ଟିରୁ ତଥ୍ୟ ଅନୁସାରେ ସଂପୂର୍ଣ୍ଣ ଗଞ୍ଜାମ ଜିଲ୍ଲାର ୧୫୫ ଟି ବିଦ୍ୟାଳୟ ରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ର ୩୦୫୬୪ ପରିକ୍ଷାର୍ଥୀ ଙ୍କ ଭାଗ୍ୟ ଭବିଷ୍ୟତ ଉତ୍ତର ଖାତାରେ ସିଲ୍ ହୋଇଥିବାର କହିଲେ ଅତ୍ୟୁକ୍ତି ହେବନାହିଁ ।
ସେହିପରି ଭାବରେ ତଥ୍ୟାନୁସାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ର ୧୧ ଗୋଟି ସେଣ୍ଟର୍ ରେ ଏ.ଏଚ୍.ଏସ୍.ସି ବା ଦଶମ ଶ୍ରେଣୀ ମାଟ୍ରିକ୍ ପରିକ୍ଷାର୍ଥୀ ଙ୍କ ସଂଖ୍ୟା ଥିଲା ୨୦୪୮, ସେଥିମଧ୍ୟରୁ କୈାଣସି କାରଣରୁ ୩୩ ଜଣ ପରିକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ସେହିପରି ତଥ୍ୟ ଭିତିକ ଏସ୍.ଓ.ଏସ୍.ସି.ଇ ବା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରିକ୍ଷାର୍ଥୀ ଙ୍କ ସଂଖ୍ୟା ୧୫୩ ରହିଥିବା ବେଳେ କୋୖଣସି କାରଣରୁ ୧୪ ଜଣ ପରିକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡିଛି। ଦଶମ ବୋର୍ଡ ପରିକ୍ଷା ର ଆଜି ଶେଷ ଦିନରେ ଶେଷ ପରିକ୍ଷା ସଂସ୍କୃତ/ହିନ୍ଦି ପରିକ୍ଷା ଦେଇ ଛାତ୍ରଛାତ୍ରୀ ଖୁବ୍ ଆନନ୍ଦିତ ମନରେ ନିଜ ନିଜର ବିଦ୍ୟାଳୟ ରୁ ଘରକୁ ଫେରିଥିବା ଦେଖାଯାଇଛି। ଉକ୍ତ ବୋର୍ଡ ର ନିର୍ଦେଶ କ୍ରମେ ସମସ୍ତ ପରିକ୍ଷାର୍ଥୀ ଙ୍କ ଉତ୍ତର ଖାତାର ମୂଲ୍ୟାଙ୍କନ ପରେ ଏକ ନିର୍ଦ୍ଧିଷ୍ଟ ଦିନ ତାରିଖ ରେ ଫଳାଫଳ ପ୍ରକାଶ କରାଯିବାର ସମ୍ଭାବନା ରହିଛି।
Sign in
Sign in
Recover your password.
A password will be e-mailed to you.
Prev Post