ଝାରବନ୍ଧ – ମନୋହର ଦାଶ: ରାଜ୍ୟ ରେ ନୂଆ ସରକାର ଆସିବାର ପାଖା ପାଖି ୯ମାସ ହେଲାଣି ଏ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ହୋଇପାରିନାହିଁ ।ପଶ୍ଚିମ ଓଡ଼ିଶା ର ବିକାଶ ପାଇଁ ୨୫ବର୍ଷ ପୂର୍ବେ ୧୯୯୮-୧୧ ନଭେମ୍ବର ମସିହା ରେ ଆରମ୍ୱ ହୋଇଥିଲା ।ରାସ୍ତା,ଘାଟ,କୋଠା, ବାଡି ନିର୍ମାଣ ଲକ୍ଷ ରେ ବିକାଶ ପରିଷଦ ଗଠନ ହୋଇଥିଲା।ଗତ ନିର୍ବାଚନ ରେ ପରାଜୟ ବରଣ କରିଥିବା ବିଜେପି ନେତା ମାନେ ଏହି ପଦ ଅଳଙ୍କୃତ କରିବେ ବୋଲି ଆଶା ବାନ୍ଧି ବସିଛନ୍ତି।ଦୌଡ ରେ ପଶ୍ଚିମ ଓଡ଼ିଶା ର ଅଧିକାଂଶ ପରାଜିତ ନେତା ଥିବା ବେଳେ ସେମାନେ ଏକ ପ୍ରକାର ଲବି ଆରମ୍ଭ କଲେଣି।ରାଜ୍ୟ ରେ ପ୍ରଥମ ଥର ବିଜେପି ସରକାର ଶାସନ କରୁଛି ।ତେଣୁ ବିଭିନ୍ନ ବିଭାଗ ର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦବୀ ରୁ ବିଜେଡି ନେତା ଙ୍କୁ ବିଦାୟ ହେବା କୁ ପଡ଼ିଛି।ପଶ୍ଚିମ ଓଡ଼ିଶା ବିକାଶ ପରଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଗତ ୧୭ଅଗଷ୍ଟ ୨୦୨୪ ରେ ନିଜେ ଇସ୍ତଫା ଦେଇଥିଲେ। ସୁବାଷ ଚୌହାନ ଙ୍କ ଅକାଳ ବିୟୋଗ ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଗତ ୨୬ ଡିସେମ୍ବର ୨୦୨୦ରେ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ।ପର୍ଯ୍ୟଟନ ଗମନାଗମନ ର ବିକାଶ ଏବଂ ବିଭିନ୍ନ ବ୍ଲକ ରେ ଗୋଷ୍ଠୀ କଲ୍ୟାଣ କେନ୍ଦ୍ର ମାନ ଗଠନ ପାଇଁ ସେ ପଦକ୍ଷେପ ନେଇଥିଲେ।ଏଥି ସହ ଆଭ୍ୟନ୍ତରୀଣ ଅଞ୍ଚଳ ର କିଛି ଶିକ୍ଷାନୁଷ୍ଠାନ ଗୁଡ଼ିକ ର ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା।ସରକାର ଗଠନ ର ୯ ମାସ ପରେ ମଧ୍ୟ ଏହି ମର୍ଯ୍ୟାଦାପୂର୍ଣ୍ଣ ବିକାଶ ପରିଷଦ ଅଧ୍ୟକ୍ଷ ଆସନ ଖାଲି ପଡ଼ିଛି। କଂଗ୍ରେସ ସରକାର ସମୟ ରେ ଏହି ବିକାଶ ପରିଷଦ ଗଠିତ ହୋଇଥିଲା। ନରସିଂହ ମିଶ୍ର, ଅଏଠୁ ସାହୁ,ପଦ୍ମିନୀ ଶେଖର ଦେଓ,ନିରଂଜନ ପଣ୍ଡା,କିଶୋର ମହାନ୍ତି,ସୁବାଷ ଚୌହାନ ଓ ଅସିତ୍ ତ୍ରିପାଠୀ ଭଳି ବିଶିଷ୍ଠ ବ୍ୟକ୍ତି ବିଶେଷ ଏହାର ଅଧ୍ୟକ୍ଷ ହୋଇଛନ୍ତି।ହେଲେ ଗଠନ ପର ଠାରୁ ଲକ୍ଷ ଓ ଉଦ୍ଦେଶ୍ୟ ସାଧନ ରେ ବିକାଶ ପରିଷଦ କେତେ ଦୂର ସକ୍ଷମ ହୋଇଛି ତାହା ସମସ୍ତ ଙ୍କୁ ଅଛପା ନାହିଁ।ପଶ୍ଚିମ ଓଡ଼ିଶା ରେ ବିଜେପି ସର୍ବାଧିକ ଭୋଟ ହାତେଇ ଅଛି।ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କୁ ରାଜ୍ୟ ସରକାର ଭୁଲିଯିବା ଅତ୍ୟନ୍ତ ଦୁଃଖ ର ବିଷୟ।ତେଣୁ କରି ରାଜ୍ୟ ସରକାର ତୁରନ୍ତ ପଶ୍ଚିମ ଓଡ଼ିଶା ଅଧ୍ୟକ୍ଷ ପଦ ପୂରଣ କରିବାକୁ ବୁଦ୍ଧିଜୀବୀ ମହଲ ଚର୍ଚ୍ଚା ହୁଏ।
Sign in
Sign in
Recover your password.
A password will be e-mailed to you.