ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଆମ୍ବଡୋଳି ପ୍ରାଥମିକ ବିଦ୍ୟଳାୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଶତପଥୀ ଙ୍କ ଅଧ୍ୟକ୍ଷତା ରେ ପରିବେଶ ସୁରକ୍ଷା, ଆମରି ଦୀକ୍ଷା ଏବଂ ଜଙ୍ଗଲ ନିଆଁ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଅଵ୍ୟତନିକ ବନ୍ୟପ୍ରାଣୀ ତତ୍ବ ବଧାରକ ତଥା ପରିବେଶ ପ୍ରେମି ଶୂଳପାଣି ଶତପଥୀ, ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାଶ, ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ବନ ସୁରକ୍ଷା ହିଁ ଜନ ସୁରକ୍ଷା ଏବଂ ରହିଲେ ବନ ବଞ୍ଚିବେ ଜନ ଏହି ମୁଖ୍ୟ କଥା ଗୁଡିକୁ ଗୀତ ଏବଂ ସ୍ଲୋଗାନ ମାଧ୍ୟମରେ ଛାତ୍ରୀ, ଛାତ୍ର ଙ୍କୁ ବୁଝାଇ ଥିଲେ l ବନ ନିଆଁ ମଧ୍ୟ ମନୁଷ୍ୟକ୍ରୁତ, ଆମରି ଅସାବଧାନତା ବନଜୁ ନଷ୍ଟ କରୁଛି l ମୁଖ୍ୟ ଅତିଥି ଜଙ୍ଗଲ କ୍ଷ୍ୟୟ ର ମୁଖ୍ୟ ଚାରି କାରଣ ଯଥା, ଜଙ୍ଗଲ ରେ ନିଆଁ, ଜଙ୍ଗଲରୁ ଚୋରି, ଜବର ଦଖଲ ଏବଂ ଚତୃର୍ଥ କାରଣ ଅବାଧ ଗୋ ଚାରଣ ବାବଦରେ ବୁଝାଇ କହିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ସହକାରୀ ଶିକ୍ଷକ ଅଚ୍ୟୁତ କୁମାର ବ୍ରହ୍ମା ସହଯୋଗ କରିଥିବା ବେଳେ ଗ୍ରାମର ପରିବେଶ ପ୍ରେମି ତଥା ନାୟବ ସରପଞ୍ଚ ଭରତ ବିଷୋୟୀ ବୃକ୍ଷ ରୋପଣ ଏବଂ ମା ପାଉଁ ଗଛଟିଏ ବାବଦରେ ଆଲୋଚନା କରିଥିଲେ l ଚାରା ବଣ୍ଟନ ଏବଂ ବିଦ୍ୟାଳୟ ରେ ଗଛ ଗୁଡିକର ଯତ୍ନ ନେବା ସକାଶେ ସମସ୍ତେ ଶପଥପାଠ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରଶାନ୍ତି ଶତପଥୀ ସମସ୍ତଜୁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.