କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

3

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟରସ୍ଥିତ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅଶୋକ ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ଗଜବନ୍ଧ ଗ୍ରାମପଂଚାୟତ ସରପଞ୍ଚ ବାସନ୍ତୀ ଖେତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l ଅଙ୍ଗନବାଡି କର୍ମୀ ଉମା ପାଣିଗ୍ରାହୀ, ସିଆରସିସି ନରେନ୍ଦ୍ର ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ଶିକ୍ଷକ ଶମ୍ଭୁପ୍ରସାଦ ନାଏକ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଶିକ୍ଷକ ତୁଳସୀରାମ ଭୋଇ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ତଥା ପ୍ରଥମ ସମାପ୍ତିସୂଚକ ମୂଲ୍ୟାୟନ ରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ଦିଆଯାଇଥିଲା l ପୁରାତନ ଛାତ୍ର ରୋହିତ ପଧାନ,ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା,କେନ୍ଦୁପାଲି ଗ୍ରାମବାସୀ ସହଯୋଗ କରିଥିଲେ l ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନମୋହିଥିଲା l

Leave A Reply

Your email address will not be published.