ରାଉରକେଲା, (ବସନ୍ତ କୁମାର ଜେନା): ୨୩.୦୨.୨୦୨୫ ରିଖ, ଭଞ୍ଜ ଭବନ, ରାଉରକେଲା ରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ରାଉରକେଲା, ଓ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ଼ ପକ୍ଷରୁ ଜିଲ୍ଲା ସ୍ତରୀୟ ନିର୍ମାଣଶ୍ରମିକ କଲ୍ୟାଣ ସମାରୋହ ତଥା ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ, ମୁଖ୍ୟ ଅତିଥି, ମାନ୍ୟବର ବିଧାୟକ, ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ,ମାନ୍ୟବର ସାଂସଦ,ସୁନ୍ଦରଗଡ଼ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ବାରା ପ୍ରଦତ୍ତ ବିଭିନ୍ନ ଆର୍ଥିକ ସହାୟତା ରାଶି ଓ ଯୋଜନା ସମ୍ବନ୍ଧ ରେ ଆଲୋକପାତ କରିବା ସହିତ ଉପସ୍ଥିତ ନିର୍ମାଣ ଶ୍ରମିକ ଙ୍କୁ ଏହି ସମ୍ବନ୍ଧ ରେ ସଚେତନ କରାଇ ଥିଲେ । ଏହି ବୈଠକରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନ ରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଙ୍କୁ ତଥା ସେମାନଙ୍କ ର ସନ୍ତାନ ସନ୍ତତି ଓ ଉତ୍ତରାଧିକାରୀମାନଙ୍କୁ ବିଭିନ୍ନ ସହାୟତା ରାଶି ଯଥା ଶିକ୍ଷାଗତ ସହାୟତା ରାଶି ୨୬ ଜଣ ଙ୍କୁ ଟଙ୍କା ୪,୧୨,୪୦୦/-, ପ୍ରସୂତି କାଳୀନ ସହାୟତା ରାଶି ୧୯ ଜଣ ଙ୍କୁ ଟଙ୍କା ୧,୯୦,୦୦୦/-, ବିବାହ ସହାୟତା ରାଶି ୫୧ ଜଣ ଙ୍କୁ ଟଙ୍କା ୨୫,୦୦,୦୦୦/- , ମୃତ୍ୟୁ କାଳୀନ ସହାୟତା ରାଶି ୧୫୧ ଜଣ ଙ୍କୁ ଟଙ୍କା ୩,୦୧,୦୦,୦୦୦/- , ଅନ୍ତ୍ୟେଷ୍ଟି କ୍ରିୟା ଜନିତ ସହାୟତା ରାଶି ୧୪୬ ଜଣ ଙ୍କୁ ଟଙ୍କା ୭,୩୦,୦୦୦/- ସର୍ବମୋଟ ୩୯୩ ଜଣ ଙ୍କୁ ଟଙ୍କା ୩,୩୯,୩୨,୪୦୦/- ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ | ଏହା ସହିତ ୨୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରାଯିବା ସହିତ ୫୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।ଏହି ବୈଠକ ରେ ୭୦୦-୮୦୦ ନିର୍ମାଣ ଶ୍ରମିକ ଯୋଗଦାନ କରିଥିବା ସ୍ଥଳେ ଯୁଗ୍ମ ଶ୍ରମ ଆୟୁକ୍ତ ରାଉରକେଲା, ଶ୍ରୀ ପ୍ରଣବ ରଞ୍ଜନ ଜେନା ସଭା କୁ ପରିଚାଳନା କରିଥିଲେ, ଶ୍ରୀ ଗୋପାଳ କୃଷ୍ଣ ମଙ୍ଗରାଜ, ଜିଲ୍ଲା ଶ୍ରମ ଅଧିକାରୀ (ମଙ୍ଗଳ), ରାଉରକେଲା, ସମସ୍ତ ସହକାରୀ ଶ୍ରମ ଅଧିକାରୀ, ଅନ୍ୟାନ୍ୟ କର୍ମଚାରୀ ଓ ବିଭିନ୍ନ ଟ୍ରେଡ ୟୁନୀୟନ୍ ର କର୍ମକର୍ତ୍ତା ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.