ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ର ବାର୍ଷିକୋତ୍ସବ “ଆଲୋକ ବର୍ତିକା “ଅନୁଷ୍ଠିତ

2

ପଦ୍ମପୁର :- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ “ଆଲୋକବର୍ତିକା ” ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀ ବିଧୁଭୂଷଣ ମିଶ୍ର ମୁଖ୍ୟ ପୃଷ୍ଠପୋଷକ ଭାବରେ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରବନ୍ଧକ ଡ. ନୃପରାଜ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ, ଆଲୋକବର୍ତିକା ନାମକରଣର ଯଥାର୍ଥତା କୁ ଉଚ୍ଚପ୍ରଶଂସା କରିବା ସହ ନାରୀଶିକ୍ଷାର ଗୁରୁତ୍ଵ ଉପରେ ତାଙ୍କର ଅଭିଭାଷଣ ମାନ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ନାଥ ସମାଜ ପ୍ରତି ଛାତ୍ରୀ ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ।ସାଂସ୍କୃତିକ ସଂପାଦିକା ସୁଶ୍ରୀ ସଙ୍ଗୀତା ଗୌନ୍ତିଆ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ଅକ୍ଷୟ ବାରିକଙ୍କ ନିର୍ଦ୍ଦେଶନାରେ ଏକାଙ୍କିକା “କଲା ଗ୍ରାମ “ମଞ୍ଚସ୍ଥ ହୋଇଥିଲା ଓ ଛାତ୍ରୀ ମାନଂକ ଦ୍ଵାରା ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ଦ୍ବିତୀୟ ଅଧିବେଶନରେ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାରୀ ଶିକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରି କହିଥିଲେ ଆମେ ଏମିତି କିଛି କାମ କରିଯିବା ଯେଉଁଥି ପାଇଁ ସମାଜ ଆମକୁ ଚିରଦିନ ମନେ ରଖିବ । ମୁଖ୍ୟଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଉଭୟ ଅଧିବେଶନରେ ଅଧ୍ୟକ୍ଷାଙ୍କ ଦ୍ଵାରା ବରେଣ୍ୟ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ ଅଧ୍ୟାପକ ଶ୍ରୀ ଧୀରେନ୍ଦ୍ର ବର୍ଗେଙ୍କ ନିର୍ଦ୍ଦେଶିତ ଏକାଙ୍କିକା “ଶାଶୁମା” ସହ ଦୁଲ୍ ଦୁଲି, ଢେମ୍ସା ଓ ଲାବଣୀ ନୃତ୍ୟ ଦର୍ଶକଙ୍କ ମନମୋହି ନେଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ. ଚନ୍ଦ୍ରିକା ଭୋଇ ପରିଚାଳନା କରିଥିଲେ ଓ ଅଧ୍ୟାପିକା ଶ୍ରୀମତୀ ସରିତାରାଣୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

Leave A Reply

Your email address will not be published.