ଖପ୍ରାଖୋଲ ରେ ଅଙ୍ଗନବାଡ଼ି କର୍ମୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

2

ଖପ୍ରାଖୋଲ ୨୦/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପୋଡମୁଣ୍ଡ ପଡ଼ା ଗାଁ ର ଅଙ୍ଗନବାଡି କର୍ମୀ ଟୁନି ବେହେରା (୩୫) ଙ୍କ ଝୁଲନ୍ତା ମୃତ ଦେହ ଖପ୍ରାଖୋଲ ନିଜ ବାସ ଭବନ ରୁ ବୁଧବାର ଅପରାହ୍ନରେ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁସାରେ ଘରେ ପାଙ୍ଖାରେ ସାଢ଼ିରେ ବେକରେ ଲଗାଇ ଝୁଲୁଥିବା ଦେଖି ସ୍ୱାମୀ କଲାପିକ ବରିହା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ସଦଲେ ବଳେ ପହଞ୍ଚି ଅତିରିକ୍ତ ତହସିଲଦାର ସତ୍ୟ ପ୍ରକାଶ ରାଉତରାୟ ଙ୍କ ଉପସ୍ଥିତି ରେ ଝୁଲନ୍ତା ମୃତ ଉଦ୍ଧାର୍ କରି ପଞ୍ଚନାମା କରିଥିଲେ। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଳିଥିବା ଥାନା ଏସ ଆଇ ଲିଙ୍ଗରାଜ କିସାନ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.