ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

2

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ କରମଚନ୍ଦ୍ର ବାରିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ବିଦ୍ୟାଳୟ ର ବିକାଶ ପାଇଁ ଶିକ୍ଷକଶିକ୍ଷୟିତ୍ରୀ,ଅବିଭାବକ ଓ ଛାତ୍ରଛାତ୍ରୀ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଭାବେ ହାସ୍ୟକବି ହରିଲାଲ ସାହୁ ଯୋଗଦେଇ ଦେଶର ବିକାଶ ପାଇଁ ବିଦ୍ୟାଳୟ ସ୍ତର ରୁ ସଂସ୍କାର ର ଶିକ୍ଷା ଦେଇ ପାରିଲେ ଶିକ୍ଷା ର ମୂଳଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l ଶିକ୍ଷୟିତ୍ରୀ ହେମାଙ୍ଗିନୀ ଦାଶ ସଭାପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷକ କରମଚନ୍ଦ୍ର ବାରିକ ବାର୍ଷିକ ବିବରଣୀ ପଠନ କରିଥିଲେ l ଡୁଙ୍ଗୁରିପାଲି ସରପଞ୍ଚ ଚିତ୍ତରଞ୍ଜନ ମିଶ୍ର ,ଆଶୁ କବି ତଥା ସମାଜସେବୀ ବିପ୍ରଚରଣ ସାହୁ, ପଞ୍ଚସଖା ଶିକ୍ଷାସେତୁ ସଭାପତି ମକରଧ୍ଵଜ ବିଶ୍ୱାଳ,ଏବିଇଓ ଗଞ୍ଜଲୁ ମିର୍ଧା, ବଟକୃଷ୍ଣ ପାଢ଼ୀ, ଜଗତ ମଲ୍ଲିକ, ଡ଼ିଆରଜି ସଭ୍ୟ ଡ଼କ୍ଟର ଅନିରୁଦ୍ଧ କୁରୁକୁରିଆ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଶୈକ୍ଷିକ ଓ ସହ ଶୈକ୍ଷିକ ଦିଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ଉତ୍ସାହିତ କରିଥିଲେ l

ଏହି ଅବସରରେ ବିଦ୍ୟାଳୟ ପ୍ରତି ଅତୁଳନୀୟ ଅବଦାନ ପାଇଁ ନାଟ୍ୟକାର ପ୍ରମୋଦ ବଗର୍ତି, ଗୃହରକ୍ଷୀ ଯୋଗେଶ୍ୱର ତରିଆ ଓ ବିଦ୍ୟାଳୟ ସହାୟକ ବିଭୁତି ପଧାନ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ l ପୂର୍ବ ସିଆରସିସି ଥବିର ଦୋରା,ସିଆରସିସି ପ୍ରବୀର ଭୋଇ,ରମେଶ ଭୋଇ,ନରେନ୍ଦ୍ର ପୁରୋହିତ,ନୀଳକଣ୍ଠ ନାଏକ,ସୁଧାଂଶୁ ସାହୁ,ଶିକ୍ଷୟିତ୍ରୀ ନିରମାମଞ୍ଜରୀ ପଣ୍ଡା,ଚନ୍ଦ୍ରକାନ୍ତି ପଧାନ,ମିନା ପଧାନ,ଶିକ୍ଷକ ଧର୍ମେନ୍ଦ୍ର ହରିପାଳ,ନିର୍ମଳ ପାତ୍ର,ହେମସାଗର ଗଡତିଆ,ହେମସାଗର ଗଡତିଆ, ଅନିଲ ଅଗ୍ରୱାଲ,ସମସ୍ତ ଛାତ୍ରଛାତ୍ରୀ ତଥା ଅବିଭାବକ ସହଯୋଗ କରିଥିଲେ l ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା l ଶେଷରେ ଶିକ୍ଷକ ତିରୁପତି ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.