ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ପଟେଲ୍ ରୋଡ଼୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମିଳିତ ଭାବେ ଉଢୁରା କ୍ଳଷ୍ଟର୍ ସ୍ତରୀୟ ଏବଂ ବେଲଗୁଣ୍ଠା ବ୍ଳକ୍ ସ୍ତରିୟ ଦେଶର ପ୍ରତ୍ୟେକ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯନ୍ତ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଅଭିବୃଦ୍ଧି କରିବା ତଥା ଛାତ୍ରଛାତ୍ରୀ ମାନେ ଭୟ ମୁକ୍ତ ହୋଇ ସ୍ଵାଧୀନ ଭାବେ ପ୍ରଶ୍ନ ପଚାରି ପାରିବେ, ଆନନ୍ଦ ଉଲ୍ଲାସ ସହିତ ପାଠ ପଢ଼ିବେ, ଛାତ୍ରଛାତ୍ରୀ ମାନେ ମୁକ୍ତ ଭାବେ ନିଜର ସାଙ୍ଗସାଥୀ ଓ ଶିକ୍ଷକ ମାନଙ୍କ ସହିତ ବିଭିନ୍ନ ପ୍ରକାରର ଶୈକ୍ଷିକ ଆଲୋଚନା କରିପାରିବେ। ଏହି ଲକ୍ଷ୍ୟ ପୂରଣ ପାଇଁ ସାରା ଦେଶରେ ଓ ସମସ୍ତ ରାଜ୍ୟ ରେ ନିପୁଣ ଭାରତ ଏବଂ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହେଉଅଛି। ସେହିଭଳି ଆଜି ୧୮ ତାରିଖ ଫେବୃୟାରୀ ମାସ ୨୦୨୫ ମଙ୍ଗଳ ବାର ଦିନନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରମିଳା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ,ବିଦ୍ୟାଳୟ ସଭାପତି ସତ୍ୟ ନାରାୟଣ ସାହୁ,ଗୋଷ୍ଠୀ ସହଯୋଗୀ ପ୍ରକାଶ ଚନ୍ଦ୍ର ଡାକୁଆ, ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର, କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା ଏବଂ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ମଞ୍ଚାସୀନ ଥିଲେ I ବ୍ଳକ୍ ର ସମସ୍ତ ଏଗାର ଜଣ ସିଆରସିସି ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କର ଶିକ୍ଷଣ ସାମଗ୍ରୀ ଗୁଡ଼ିକୁ ପ୍ରଦର୍ଶନ କରିଥିଲେ I ଉଢୁରା କ୍ଳଷ୍ଟର୍ ସିଆରସିସି ରଶେମ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି କ୍ଲଷ୍ଟର ର ସମସ୍ତ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ I ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବୀ ପ୍ରସାଦ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post