ପଦମପୁର ତା ୧୫/୦୨- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସତ୍ୟସେବା ଉଚ୍ଚବିଦ୍ୟାଳୟ କନସିଂହା ଠାରେ ପ୍ରଧାନଶିକ୍ଷକ ମାନଙ୍କର ଚଉଦ ତମ ମାସିକ ସମୀକ୍ଷା ବୈଠକ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ସମ୍ମାନୀତ ଅତିଥି ଭାବରେ ଏବିଇଓ ଶ୍ରୀ ଶିବପ୍ରସାଦ ଯୋଶୀ ଓ ସାଧନ କର୍ମୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପଦମପୁର ର ପ୍ରଧାନଶିକ୍ଷକ ଶ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ଓ ଜମରତଲା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରାଜେଶ ଖମାରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅରୁଣ ବନିଆ ମଞ୍ଚାସୀନ ଥିଲେ। ସତ୍ୟସେବା ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପାରମ୍ପରିକ ବାଦ୍ୟ ସହ ଫୁଲ ଚନ୍ଦନ ଦେଇ ସମସ୍ତ ପ୍ରଧାନଶିକ୍ଷକ ମାନଙ୍କୁ ସ୍ଵାଗତ କରି ସଭାଗୃହ ପର୍ଯ୍ୟନ୍ତ ପାଛୋଟି ଆଣି ଥିଲେ। ସଭା ପ୍ରାରମ୍ଭରୁ ଅତିଥି ମାନଙ୍କ ଦ୍ୱାରା ଶ୍ରୀ ଗଣେଶ ଓ ମା ସରସ୍ୱତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଛାତ୍ରୀ ମାନେ ସୁନ୍ଦର ଭାବରେ ମନ୍ତ୍ର ପାଠ କରିଥିଲେ। ଶିକ୍ଷକ ଶ୍ରୀ ହରିହର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଆଗାମୀ ଦଶମ ଶ୍ରେଣୀ ପରୀକ୍ଷା କୁ ସୁପରିଚାଳନା କରିବା ପାଇଁ ସାଧନକର୍ମୀ ଶ୍ରୀ ପାଣିଗ୍ରାହୀ ବିଶଦ ଭାବରେ ଆଲୋଚନା କରିଥିଲେ। ନୂତନ ଭାବରେ ଯୋଗଦାନ କରିଥିବା ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁଙ୍କ ପ୍ରଦତ୍ତ ନିର୍ଦ୍ଦେଶାବଳୀକୁ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଭୋଇ ପଠନ କରି ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ପରିଚାଳନା କରିବା ନିମନ୍ତେ ନିଜର ଅଭିମତ ରଖିଥିଲେ। ସାଧନକର୍ମୀ ଶ୍ରୀ ଖମାରୀ ଗତ ସମୀକ୍ଷା ବୈଠକର ଅଭିଜ୍ଞତା ବର୍ଣ୍ଣନା କରିବା ସହ ସମୀକ୍ଷା ବୈଠକର ନିର୍ଦ୍ଦେଶାବଳୀକୁ ଆଲୋଚନା କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ସମସ୍ତ ପ୍ରଧାନଶିକ୍ଷକ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କକ୍ଷକୁ ବୁଲି ନିରୀକ୍ଷଣ କରିବା ସହ ଆହୁରି କିପରି ଉନ୍ନତ କରାଯାଇ ପାରିବ ନିଜନିଜର ମତ ଦେଇଥିଲେ। ପରିଶେଷରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଧନ୍ୟବାଦ୍ ଅର୍ପଣ କରିଥିଲେ। ସତ୍ୟସେବା ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.