ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ରେ ୧୪ଗୋଟି ଗ୍ରାମପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି। ଆବାସ ଯୋଜନା ରେ ସମସ୍ତ ଗରିବ ପରିବାରଙ୍କୁ ଗୃହ ଯୋଗେଇ ଦିଆଯିବ। ଏଥି ନିମନ୍ତେ ହିତାଧିକାରୀ ଚୟନ ପ୍ରକ୍ରିୟା ରେ କୋହଳ କରାଯାଇଅଛି। ମାସିକ ପନ୍ଦର ହଜାର ଆୟ କରୁଥିବା ପରିବାର ତଥା ଦୁଇ ଚକିଆ ଯାନ ଓ ରେଫ୍ରିଜୀରେଟର ଥିଲେ ମଧ୍ୟ୍ୟ ଆବାସ ଯୋଜନା ରେ ସାମିଲ କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ ଆରମ୍ଭ ହୋଇଛି। ଲଉଡ଼ିଦର୍ହl ପଞ୍ଚାୟତ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀମତୀ ପଦ୍ମା ସତନାମୀ, ପି ଇ ଓ ଭୋଜରାଜ ଭୁଏ, ଜି ଆର ଏସ ସୁଧାଂଶୁ ବରିହା ଏବଂ ପଞ୍ଚାୟତ ର ଜନ ପ୍ରତିନିଧି ମାନଙ୍କ ସହିତ ପ୍ରତ୍ୟେକ ଘର କୁ ଘର ବୁଲି ସର୍ଭେ କରୁଛନ୍ତି କୌଣସି ଗରିବ ହିତାଧିକାରୀ ଯେଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବାଦ ନ ପଡିବେ ଘରକୁ ଘର ବୁଲି ସର୍ଭେ କରିବାକୁ ବିଡିଓ ପର୍ଶୁରାମ ପଣ୍ଡା ନିର୍ଦେଶ ଦେଇଛନ୍ତି। ନେଟୱର୍କ ଉପଲବ୍ଧ ନ ଥିବାରୁ ନାମ ପଞ୍ଜିକରଣ କରାଯାଇପାରୁନଥିବା ସରପଞ୍ଚ ଶ୍ରୀମତୀ ପଦ୍ମା ସତନାମୀ କହିଛନ୍ତି। ଯଥା ଶୀଘ୍ର ନେଟୱର୍କ ସୁବିଧା କରିବାକୁ। ଜନ ସାଧାରଣ ଙ୍କ ପକ୍ଷରୁ ଦାବି ହୁଏ। ଏଥିପ୍ରତି ସରକାର ଦୃଷ୍ଟି ଦେବା ବିଧେୟ।
Sign in
Sign in
Recover your password.
A password will be e-mailed to you.
Prev Post