ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟ ର ବିଜ୍ଞପ୍ତି ଅନୁସାରେ ପୂର୍ବତନ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଙ୍କ ପାଇକମାଲ ଥାନା କୁ ବଦଳି ହୋଇଥିବା ବେଳେ ନୂତନ ଥାନା ଅଧିକାରୀ ଭାବେ ଅଭିମନ୍ୟୁ ଦୁର୍ଗା ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଦୁର୍ଗା ପୂର୍ବରୁ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ର କାର୍ଯ୍ୟକାଳ ସମୟରେ ଅପରାଧିକ ଦମନ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ଆଇନ ଶୃଙ୍ଖଳା ପରିସ୍ଥିତି କ୍ଷେତ୍ରରେ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜର ରହିଛି। ନବାଗତ ଅଧିକାରୀ ଶ୍ରୀ ଦୁର୍ଗା ଯୋଗଦାନ ପରେ ଜଗଦଲପୁର ଥାନା ପକ୍ଷରୁ ପୋଲିସ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ପରିପେକ୍ଷୀ ରେ ଅପରାଧିକ ନିୟନ୍ତ୍ରଣ,ଲୋକ ଙ୍କ ସମସ୍ୟା ର ସମାଧାନ, ଧନ ଜୀବନ ସୁରକ୍ଷା, ଚୋରା ମଦ ଓ ଗଞ୍ଜେଇ କରବାର ଚାଲାଣ ଉପରେ ରୋକ. ଲଗାଯିବା ସହ ଚୋରି ଡକାୟତି ଭଳି କାର୍ଯ୍ୟକଳାପ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାୟିତ୍ୱ ଗ୍ରହଣ ପରେ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ସୂଚନା ଦେଇଛନ୍ତି। ଛତିଶଗଡ଼ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ତାଙ୍କ ପାଇଁ ଗୁରୁତ୍ୱ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.