ହଷ୍ଟେଲ ରୁମ୍ ଭିତରେ ନବମ ଶ୍ରେଣୀ ଛାତ୍ରୀ ଙ୍କ ଆତ୍ମହତ୍ୟା

0 1

ସୁନ୍ଦରଗଡ :  ହଷ୍ଟେଲ ରୁମ୍ ଭିତରେ ନବମ ଶ୍ରେଣୀ ଛାତ୍ରୀ ଙ୍କ ଆତ୍ମହତ୍ୟା ଉଦ୍ୟମ  | ଗୁରୁତର ଅବସ୍ଥାରେ ଡାକ୍ତର ଖାନା ନିଆଯାଇଥିବା ବେଳେ ସେଠାରେ ମୃତ୍ୟୁ ଘୋଷଣା କଲେ ଡାକ୍ତର | ହେମଗିରି ବ୍ଲକ ତୁମଲିଆ ହାଇସ୍କୁଲ ରେ ଆହୂ ଘଟିଛି ଏହି ଅଘଟଣ | ଆଜି ଦଶମ ଶ୍ରେଣୀ ଛାତ୍ର/ଛାତ୍ରୀଙ୍କ ବିଦାୟ କାଳୀନ ସଭା  ଚାଲିଥିବା ବେଳେ ଅଧାରୁ ଉଠି ଚାଲି ଯାଇଥିଲେ ଛାତ୍ରୀ ଜଣଙ୍କ | ହଷ୍ଟେଲ ରୁମ୍ ଭିତରେ ଫେନ୍ ରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ |  ଆତ୍ମ ହତ୍ୟାର କାରଣ ଅସୁସ୍ଥତା ବୋଲି କୁହାଯାଉଛି | ସ୍କୁଲରେ ହେମଗିରି ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ | ହଷ୍ଟେଲ ରୁମ୍ ରୁ ଏକ ସୁଇସାଇଡ ନୋଟ ମିଳିଥିବା ସୂଚନା | ତଦନ୍ତ ପରେ ଉନ୍ମୋଚିତ ହୋଇପାରେ ଆତ୍ମହତ୍ୟାର ରହସ୍ୟ |

Leave A Reply

Your email address will not be published.