ଇଣ୍ଡିଆନ୍ ଗେଟ୍ ବଲ୍ ୟୁନିଅନ୍ ସହିତ ରୋଟାରୀ ଡିଷ୍ଟ୍ରିକ୍ଟ 3262 ଏବଂ ଆଇକନିକ ଟ୍ରାନ୍ସଫର୍ମେଶନ୍ ର ମିଳିତ ଆନୁକୁଲ୍ୟରେ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟ

0 1

ଭୁବନେଶ୍ୱର :  ଇଣ୍ଡିଆନ୍ ଗେଟ୍ ବଲ୍ ୟୁନିଅନ୍ ସହିତ ରୋଟାରୀ ଡିଷ୍ଟ୍ରିକ୍ଟ 3262 ଏବଂ ଆଇକନିକ ଟ୍ରାନ୍ସଫର୍ମେଶନ୍ ର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ରେ ଏକ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟ ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଟୁର୍ଣ୍ଣାମେଣ୍ଟ ରେ ରୋଟାରୀ କ୍ଲବ ଭୁବନେଶ୍ୱର ର ମୋଟା ୩ ଟି ଦଳ ଅଂଶ ଗ୍ରହଣ କରିଥିଲେ. ରୋଟାରୀ କ୍ଳବ ନର୍ଥ ଦଳରେ ରଞ୍ଜନ ପାତ୍ର (ଅଧିନାୟକ), ଦିଲୀପ ଷଢଙ୍ଗୀ, ଡ଼. ପ୍ରଦୀପ କୁମାର ସାହୁ, ଅନିଲ କୁମାର ରଥ ଏବଂ ବିତିଶ୍ରୀ ବେହେରା ସେହିପରି ରୋଟାରୀ କ୍ଳବ ଫିନିକ୍ସ ଦଳରେ ଗିରିଜା ପ୍ରସନ୍ନ ନାୟକ (ଅଧିନାୟକ), ରୁଦ୍ର ପ୍ରସାଦ ଧଳ, ଅମରୀକ୍ଷ ଓଝା, ସାଇ ରାମେଶ୍ଵର ଲେଙ୍କା, ସଲମା ବାସ୍କି ଓ, ନିରୁପମା ସ୍ବାଇଁ ଏବଂ ରୋଟାରୀ କ୍ଳବ ତୋଷାଳୀ ଦଳରେ ବିଶ୍ଵ ରଞ୍ଜନ ମିଶ୍ର (ଅଧିନାୟକ), ଏଜାଜ୍ ଅହମଦ, ବିଷ୍ଣୁପ୍ରିୟା ବେହେରା, ନିରଞ୍ଜନ ମଙ୍ଗରାଜ, ଦୀପ ନାରାୟଣ ଏବଂ ବିଧୁଭୂଷଣ ସତପଥି ଖେଳାଳି ଭାବେ ଅଂଶ ଗ୍ରହଣ କରିଥିଲେ. ରୋଟାରୀ କ୍ଳବର ଡିଷ୍ଟ୍ରିକ୍ଟ ଗଭର୍ନର ଯଜ୍ଞାଶିସ୍ ମହାପାତ୍ର ଏବଂ ଆଇକନିକ ଟ୍ରାନ୍ସଫର୍ମେଶନ୍ ର ପ୍ରତିଷ୍ଠାତା ଡକ୍ଟର ଚିଦାତ୍ମିକା ଖଟୁଆ, ଡକ୍ଟର ସଞ୍ଜୟ ଚୌଧୁରୀ ଏବଂ ଡକ୍ଟର ସେଖ ଅବଦୁଲ ସମିମ୍ ଏହି ଟୁର୍ନାମେଣ୍ଟ କୁ ଶୁଭାରମ୍ଭ କରିଥିଲେ |

ଟୁର୍ନାମେଣ୍ଟ ରେ ରୋଟାରୀ କ୍ଳବ ତୋଷାଳୀ ଦଳ ଚମ୍ପିୟାନ ହୋଇଥିଲାବେଳେ ରୋଟାରୀ କ୍ଳବ ନର୍ଥ ପ୍ରଥମ ରନର୍ସ ଅପ୍ ଏବଂ ରୋଟାରୀ କ୍ଳବ ଫିନିକ୍ସ ଦୁତୀୟ ରନର୍ସ ଅପ୍ ହୋଇଥିଲେ. ଏହି ଟୁର୍ନାମେଣ୍ଟ କୁ ଇଣ୍ଡିଆନ ଗେଟ୍ ବଲ୍ ୟୁନିଅନ୍ ର ପ୍ରତିଷ୍ଠାତା ଦ୍ବୈପାୟନ ପଟ୍ଟନାୟକ, ସଭାପତି ଡକ୍ଟର ଉମାକାନ୍ତ ପାଣି, ଉପସଭାପତି ଡକ୍ଟର ସଞ୍ଜୀବ ପରିଡ଼ା, ଏବଂ କୋଷାଧକ୍ଷ ଶରତ ପାତ୍ର ପରିଚାଳନା କରିଥିଲେ. ଶେଷରେ ଆସିଥିବା ଅତିଥି ମାନଙ୍କୁ ଗଛ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.