ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଗତ 10ଦିନ ଧରି ଚାଲିଥିବା ବେଳେ ଆଜି ସମାପ୍ତି ହେଇଛି । ଅନୁଷ୍ଠାନ ଅଧ୍ୟକ୍ଷା ମାମା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଶିକ୍ଷାବିତ୍ କୁଞ୍ଜବିହାରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉତ୍ସବର ଉଦଘାଟନ କରିବା ସହ ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ, ଅଧ୍ୟାପିକା ନଳିନୀ ପ୍ରଭା ଦାସ,ସୁଚେତା କୁମାରୀ ସ୍ୱାଇଁ ,ସୁଧୀରା କୁମାରୀ ମହାପାତ୍ର ଉପସ୍ଥିତ ଥିଲେ I ପ୍ରଶିକ୍ଷିକା ଅର୍ଚନା ବିଶ୍ୱାଳ, ସୁନିତା ରାଣୀ ସେଠି ପ୍ରମୁଖ ଶିବିରାର୍ଥୀମାନେ ଉକ୍ତ ଶିକ୍ଷାକୁ ଆବଶ୍ୟକ ସ୍ଥଳେ ଦୃଢତାର ସହ ଉପଯୋଗ କରି ନିଜକୁ ସୁରକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ଶିବିରାର୍ଥୀମାନେ ନିଜ ନିଜର ଅନୁଭୂତି ପ୍ରକାଶ କରିବା ସହ କେତେକ ତାଲିମ କୌଶଳ ଗୁଡିକ ଅତିଥିମାନଙ୍କ ଆଗରେ ପ୍ରଦର୍ଶନ କରିଥିଲେ। ତାଲିମପ୍ରାପ୍ତ ଶିବିରାର୍ଥୀମାନଙ୍କୁ ତାଙ୍କର ସଫଳ ତାଲିମ ପାଇଁ ସେମାନଙ୍କୁ ମୁଖ୍ୟ ଅତିଥି ପ୍ରଶଂସା ପାତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କର୍ମଚାରୀ ନଳିନୀ ଜେନା, ଅଞ୍ଜଳି ପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.