ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଭବ୍ୟ ମଶାଲ ଶୋଭାଯାତ୍ରା

0 1

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫କୁ ନେଇ ସମଗ୍ର କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖରିତ ହୋଇ ଉଠିଥିବାବେଳେ ଉତ୍ସବର ଉଦଘାଟନ ପୂର୍ବରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ସହିଦ ରେଣ୍ଡୋ ମାଝୀ ମଞ୍ଚରେ ପହଞ୍ଚିଥିଲା। ଆଜି ପୂର୍ବାହ୍ନରେ ଜିଲ୍ଲାର ଏଗାର ଗୋଟି ପବିତ୍ର ସ୍ଥାନରୁ ମଶାଲ ଅଣାଯାଇ ଗାନ୍ଧୀଛକସ୍ଥିତ ଅସ୍ଥାୟୀ ମଞ୍ଚରେ ରଖାଯାଇଥିଲା। ଏହାପରେ ଅପରାହ୍ନ ୪ଟା ସମୟରେ ତିରିଶରୁ ଉର୍ଦ୍ଧ୍ଵ ସାଂସ୍କୃତିକ ଦଳ ସହିତ ଭବ୍ୟ ମଶାଲ ଶୋଭାଯାତ୍ରା ମାଣିକେଶ୍ବରୀ ପୀଠରୁ ଉତ୍ସବ ପଡ଼ିଆ ଅଭିମୁଖେ ବାହାରିଥିଲା। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସିଡିଏମଓ ଡା. ସୁଚେତା ପାଣି, ଜିଲ୍ଲା ପଂଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ନେହରୁ ଯୁବ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ମେହେର, ଭବାନୀପାଟଣା ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ଆଇନଜୀବୀ ଭବେନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମଶାଲ ଉପ କମିଟିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ, ଆବାହକ ଯଯାତି କେଶରୀ ନାୟକଙ୍କ ସମେତ ସାଂସ୍କୃତିକ ଉପ କମିଟିର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ଆବାହକ ସଞ୍ଜୀବ କୁମାର ସିଂହଙ୍କ ନେତୃତ୍ୱରେ ଉଭୟ ସବ କମିଟିର ସମସ୍ତ ସଦସ୍ୟ, ସଦସ୍ୟା ମଶାଲ ଶୋଭାଯାତ୍ରା ପରିଚାଳନା କରିଥିଲେ। ପୁଲିସ ଓ ଏନସିସି କ୍ୟାଡେଟମାନେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ।

Leave A Reply

Your email address will not be published.