ନୟାଗଡ଼(ବିଶ୍ୱଜିତ ନାୟକ) :- ୧୩ ଜାନୁଆରୀ ୧୮୪୩ରେ ବାଲେଶ୍ୱର ଜିଲ୍ଲା ମଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବେ ପରିଚିତ l କେବଳ ଉପନ୍ୟାସ ବା ଗଳ୍ପ ନୁହେଁ କବିତା, ଅନୁବାଦ ସାହିତ୍ୟ, ଭ୍ରମଣ କାହାଣୀ ସହ ପତ୍ର ପତ୍ରିକା ସମ୍ପାଦନା କ୍ଷେତ୍ରରେ ଫକୀର ମୋହନଙ୍କ ଅବଦାନ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି l ତତସହିତ ଭାଷା ସାହିତ୍ୟ ଆନ୍ଦୋଳନର ସେ ଥିଲେ ଯଥାର୍ଥ ସେନାପତି l ୧୮୬୮ ମସିହାରେ ନିଜସ୍ୱ ପ୍ରଚେଷ୍ଟାବଳରେ ବାଲେଶ୍ୱରଠାରେ ଓଡ଼ିଶାର ଦ୍ୱିତୀୟ ଛାପାଖାନା ଉତ୍କଳ ପ୍ରେସ ପ୍ରତିଷ୍ଠା କରିଥିଲେ l ନିଜର କାଳଜୟୀ ଲେଖାପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଫକୀର ମୋହନଙ୍କ ଜୟନ୍ତୀ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ନୟାଗଡ଼ର ମିଳିତ ସହଯୋଗରେ ଆଜି ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ପ୍ରସନ୍ନ କୁମାର ବସନ୍ତିଆ ଙ୍କ ସଭାପତିତ୍ବ ଏବଂ ଗୋଦାବରୀଶ ସାହୁଙ୍କ ସଂଯୋଜନାରେ ବ୍ୟାସକବି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ଆଚାର୍ଯ୍ୟ, ରାମକୃଷ୍ଣ ରଥ, ପ୍ରମୁଖ ଫକୀର ମୋହନ ସେନାପତି ଙ୍କ ଜୀବନୀ ଓ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଆଲୋଚନାଚକ୍ରରେ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ର ଅନେକ ସଦସ୍ୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଧିରେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ
Sign in
Sign in
Recover your password.
A password will be e-mailed to you.