ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁଗସ୍ରଷ୍ଟା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଯୁବ ରେଡକ୍ରସ୍ ତଥା ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ସ୍ବେଚ୍ଛାସେବୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଯୁବ ରେଡକ୍ରସ୍ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ତିତ୍ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅଧ୍ୟକ୍ଷା ଡ଼ ରୀନା ସାହୁ ବିବେକାନନ୍ଦଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଦେଲା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆୟୋଜିତ ସଭାରେ ଅଧ୍ୟକ୍ଷା ଡ଼ ରୀନା ସାହୁ ବିବେକାନନ୍ଦଙ୍କ ଜୀବନୀ ଓ ଚିକାଗୋରେ ବକ୍ତୃତା ସଂକୀର୍ଣ୍ଣତା ମନୋଭାବକୁ ଏଡାଇବା ସଂପର୍କରେ ବକ୍ତବ୍ୟ ପ୍ରଦାନ ସହ କଠିନ ପରିଶ୍ରମ ବଳରେ ସଫଳତା ହାସଲ ସୁନିଶ୍ଚିତ। ଏହା ସହ ବେଗର ପ୍ରଗତିରେ ଯୁବ ସମାଜ ସାମିଲ ହେବାପାଇଁ ଆହ୍ବାନ କରିଥିଲେ। ଶେଷରେ ଯୁବରେଡକ୍ରସ୍ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ତିତ୍ ଏହି ଯୁବଦିବସ ପାଳନର ଆବଶ୍ୟକତା ସହ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ରୀମାନଙ୍କୁ ପ୍ରବର୍ତ୍ତାଇଥିଲେ।
ଶେଷରେ ଧନ୍ୟବାଦ୍ ଅର୍ପଣ ସହ ସଭା ସାଂଗ କରାଯାଇଥିଲା। ଏଥିରେ ବହୁ ସ୍ବେଚ୍ଛାସେବୀ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.