ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀ ସୁବାସ ଚନ୍ଦ୍ର ଜମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇ ଶିଶୁ ମନ୍ଦିରର ଶୈକ୍ଷିକ ବ୍ୟବସ୍ଥାର ପ୍ରଶଂସା କରିବା ସହ ଏହାର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତିନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଡଃ ଅନ୍ନପୂର୍ଣ୍ଣା ଦେବୀ ନିଜ ବକ୍ତବ୍ୟରେ ସାଂପ୍ରତିକ ସମୟରେ ଉତ୍ତମ ସନ୍ତାନ ଗଠନରେ ପରିବାର ତଥା ମାତୃଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ।ସଂପାଦକ ଶ୍ରୀ ଚନ୍ଦ୍ର ଶେଖର ପଟ୍ଟନାୟକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।
ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସହ ସଂପାଦକ ଶ୍ରୀ ବିଭୁତି ଭୂଷଣ ରଥ ସମ୍ମାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ଇତ୍ୟବସରରେ ଅଙ୍ଗଦାନୀ ଯୁବକ ଦିବଙ୍ଗତ ନରେଶ ପଟ୍ଟନାୟକଙ୍କ ମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଗତ ଶିକ୍ଷାବର୍ଷରେ ଅନୁଷ୍ଠାନର ମାଟ୍ରିକ ଟପ୍ପର ଶ୍ରୀମାନ ସୁଶୋଭନ ପାତ୍ରଙ୍କୁ ଭାରତୀ ସାହୁ ସ୍ମୁତି ସମ୍ମାନ ସହ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶିଶୁ ମନ୍ଦିରର ଦୁଇ ଜଣ ପୂର୍ବଛାତ୍ର ଶ୍ରୀମାନ ଗୁପ୍ତେଶ୍ବର ମହାପାତ୍ର ଓ ଶ୍ରୀମାନ ଦେବବ୍ରତ ଗୌଡ଼ଙ୍କୁ ଓ ଏ ଏସ୍ ଏବଂ ଓ ଆର୍ ଏସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଯୋଗୁଁ ସମ୍ମାନିତ କରାଯାଇଥିଲା।
ସଭାକାର୍ଯ୍ୟ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାରଗିଲ୍ ଯୁଦ୍ଧର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଭାବସ୍ପର୍ଶୀ କ୍ଷୁଦ୍ରନାଟିକା “ବଳିଦାନ”ମଞ୍ଚସ୍ଥ ହୋଇଥିଲା।ପରିଚାଳନା ସମିତି ଓ ଉପଦେଷ୍ଟା ମଣ୍ଡଳିର ସମସ୍ତ ସଦସ୍ୟ ସଦସ୍ୟା ତଥା ଅନୁଷ୍ଠାନର ଆଚାର୍ଯ୍ୟ ଆଚାର୍ଯ୍ୟା ପୂର୍ବ ଛାତ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ କାର୍ଯ୍ଯକ୍ରମ ସଫଳ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.