କ୍ଷୁଦ୍ର ଶସ୍ୟ ଚାଷୀ ତଥା ମଞ୍ଚ କଳାକାର ଗୋଲାପ ବିଶି ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ

0

ଖପ୍ରାଖୋଲ ୧୧/୧(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ଗାଁ ର କ୍ଷୁଦ୍ର ଶସ୍ୟ ଚାଷୀ ତଥା ମଞ୍ଚ କଳାକାର ଗୋଲାପ ବିଶିଙ୍କୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ରେ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି। ଭୁବନେଶ୍ଵର ଠାରେ ଆୟୋଜିତ ଆଦିବାସୀ ମେଳା ରେ ରାଜ୍ୟ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ଗୋଲାପ ବିଶି ଙ୍କୁ ମାନପତ୍ର, ଉପଢୌକନ ଓ ୧୫ ହଜାର ଟଙ୍କା ର ଚେକ୍ ପ୍ରଦାନ୍ କରି ଆଦିବାସୀ ଗୌରବ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନୁସୂଚୀତ ଜାତି, ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି। ବିଶି ନିଜ ଗାଁ କୁ ଫେରିଲା ପରେ ଗାଁ ରେ ସ୍ବାଗତ କରାଯାଇଥିଲା।

Leave A Reply

Your email address will not be published.